କେନ୍ଦ୍ରାପଡାରେ ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ାର ନୂତନ ଉପଜିଲ୍ଲାପାଳ ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ରବିନ୍ଦ୍ର କୁମାର ପ୍ରଧାନ (ଓ.ପ୍ର.ସେ.-ଏସ୍) ଆଜି ପୂର୍ବାହ୍ନରେ ଯୋଗଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀ ପ୍ରଧାନ ପୂର୍ବରୁ ପୁରୀର ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିବା ବେଳେ ପୂର୍ବରୁ ତହସିଲଦାର ପୁରୀ ଓ କଣାସ ବିଡିଓ ଭାବେ କାର୍ଯ୍ୟ କରିଛନ୍ତି । କେନ୍ଦ୍ରାପଡାରେ ସେ ନିଷ୍ଠାପର ଭାବେ ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବତନ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ପାରାଦୀପ ଏଡିଏମ ଭାବେ ବଦଳି ପରେ ତାଙ୍କ ସ୍ଥାନରେ ଯୋଗଦେଇଛନ୍ତିି ନୂତନ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ।