ସୁସ୍ଥ ନେତ୍ର ପାଇଁ ୨୦-୨୦-୨୦ରୁଲ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ‘ବିଶ୍ୱ ଦୃଷ୍ଟି ଦିବସ-୨୦୨୩’ ପୁରୁଣା ଡାକ୍ତରଖାନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିମନ୍ତ୍ରିତ ଅତିଥିମାନେ ସୁସ୍ଥ ନେତ୍ର ପାଇଁ ୨୦-୨୦-୨୦ ରୁଲ୍ ସମସ୍ତେ ପାଳନ କରିବା ପାଇଁ ମତ ବ୍ୟକ୍ତ କରିଥିଲେ । ଅର୍ଥାତ୍ ଡିଜିଟାଲ ଯୁଗରେ ଚକ୍ଷୁର ସୁସ୍ଥତା ପାଇଁ ୨୦ ମିନିଟ୍ କମ୍ପୁଟର୍ ଅବା ମୋବାଇଲ ବ୍ୟବହାର କରିବା ପରେ ୨୦ ଫୁଟ ଦୂରରେ ଥିବା ବସ୍ତୁକୁ ୨୦ ସେକଣ୍ଡେ ପାଇଁ ଦେଖିଲେ ଡିଜିଟାଲ ଚକ୍ଷୁ ପୀଡ଼ାରୁ ମୁକ୍ତି ମିଳିପାରିବ ଓ ଦୃଷ୍ଟି ଶକ୍ତି ସୁସ୍ଥ ରହିବ । ସୂଚନାଯୋଗ୍ୟ ଯେ, ଅକ୍ଟୋବର ମାସର ଦ୍ୱିତୀୟ ଗୁରୁବାରରେ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷର ଥିମ୍ ରହିଛି “କର୍ମକ୍ଷେତ୍ରରେ ଚକ୍ଷୁର ଯତ୍ନ ନିଅନ୍ତୁ ।”ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୀର୍ଜା ବାବର୍ ବେଗ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଚକ୍ଷୁ ବିଶେଷଜ୍ଞ ଡା. ଅଜୟ କୁମାର ସାହୁ, ଡିପିଏମ୍ ଗୀତାଞ୍ଜଳୀ ଦାସ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ମଧ୍ୟାହ୍ନ ଭୋଜନ ଜିଲ୍ଲା ସଂଯୋଜକ ସତ୍ୟବ୍ରତ ମହାନ୍ତି, ପ୍ରିନ୍ସିପାଲ୍ ଟ୍ୟୁଟର୍ ଭାରତୀ ସ୍ୱାଇଁ, ଟ୍ୟୁଟର୍ ଅନୁଜା ନାୟକ, ଏଏନ୍‌ଏମ୍ ପ୍ରଶିକ୍ଷଣ କେନ୍ଦ୍ରର ଅନେକ ଛାତ୍ରୀ ଓ ଡିଟିୟୁର ବହୁ କର୍ମଚାରୀ ଯୋଗଦେଇଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତିଲତା ଚାନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ