ବିଜେପି ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସମଗ୍ର ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି।ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶରେ ପ୍ରତି ନିର୍ବାଚନମଣ୍ଡଳୀ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏହି ଆହ୍ୱାନରେ ସାମିଲ ହୋଇ ଆଜି ପୁରୀ ଜିଲ୍ଲା ନୟାହାଟ ମଣ୍ଡଳ ସଭାପତି ଦୀନକୃଷ୍ଣ ମହାନ୍ତି ଙ୍କ ନେତୃତ୍ୱରେ କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାହାଟ ନିକଟସ୍ଥ ବଣହରା ର ମା ଜାଗୁଳାଇ ମନ୍ଦିରରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସୋରଭା ଗ୍ରାମ ମନ୍ଦିର ଠାରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ରାଜ୍ଯ କାର୍ଯ୍ୟକାରୀ କମିଟି ସଭ୍ୟା ରାଜଲକ୍ଷ୍ମୀ ଦାଶ, ପୂର୍ବତନ ମଣ୍ଡଳ ସଭାପତି ମାନସ ସାହୁ, ପ୍ରଭାତ ପାତ୍ର, ବାବୁଲି ପ୍ରଧାନ,ପ୍ରଫୁଲ୍ଲ ପରିଡ଼ା, ରକ୍ତପୋଟଳ ନାୟକ, ବିଦ୍ୟାଧର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ଅମୃତ କଳସ ଗାଁ ଗାଁ ବୁଲି ପବିତ୍ର ମାଟି ସଂଗ୍ରହ କରିଥିଲା । ପବିତ୍ର ମାଟି ସଂଗ୍ରହ ପରେ ସମସ୍ତ ନେତା ଓ କର୍ମୀ ବୀର ସହିଦଙ୍କୁ ନମନ କରି ପଞ୍ଚ ପ୍ରାଣର ଦେଶକୁ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ