ସାଇବର ଅପରାଧ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସଚେତନ ପଦଯାତ୍ରା

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ସମ୍ପ୍ରତି ରାଜ୍ୟ ପୋଲିସ ବିଭାଗ ଆନୁକୂଲ୍ୟରେ ହେଉଥିବା ସାଇବର ଅପରାଧ ରୋକିବା ପାଇଁ ସଚେତନତରେ ଅନ୍ତିମ ଦିବସରେ କାଶୀନଗର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ପଦଯାତ୍ରା କାଶୀନଗର ପୋଲିସ ଦ୍ୱାରା ଆୟୋଜିତ ହୋଇଥିଲା. ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ନଗର ପରୀକର୍ମା କରି ବାରଣାସୀ ସ୍କୁଲ ଠାରେ ସଚେତନ ଓ ସୁରକ୍ଷା ସଭା ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ଙ୍କ ଅଦକ୍ଷତାରେ ଅନୁଷ୍ଠିତ ହୋଇଥିଲା. ଏନ ଏ ସି ଉପାଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ. ବରିଷ୍ଠ ନାଗରିକ କଲ୍ୟାଣ ସମିତି ଅଧକ୍ଷ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ. କାଉନସିଲର ଜୀବରତ୍ନାମ ଅବସର ପ୍ରାପ୍ତ ବ୍ୟାଙ୍କ ପ୍ରବନ୍ଧକ ରବିନ୍ଦ୍ର ନାଥ ମଲ୍ଲିକ ସୁବାଷ ବିଶ୍ୱାସରୟ ଅଧ୍ୟାପକ ଭେଙ୍କଟ ରାଓ ଶିକ୍ଷକ ଅଶୋକ କୁମାର ଗୌଡ଼ ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକ ମାନେ କିପରି ଠକେଇ ର ଶିଖାର ନ ହେବା ନାଗରିକ ମାନଙ୍କୁ ସୁରକ୍ଷା ଦେବା ବ୍ୟାଙ୍କ ଠକେଇରୁ ସୁରକ୍ଷା ପାଇବା ଏହି ପରି ସଚେତନ ବାର୍ତ୍ତା ଦେଇଥିଲେ. ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀ ରାମ ଡ଼ିଗ୍ରୀ କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ବିଭିନ୍ନ ସ୍ଲୋଗାନ ଦେଇ ସଚେତନ ବାର୍ତ୍ତା ଦେଇ ରାଲିରେ ଭାଗ ନେଇଥିଲେ. ସୁବାଷ ବିଶ୍ୱାସରାୟ ଧନ୍ୟବାଦ ଅର୍ପଣ କରିଥିଲେ. ବହୁ ସଂଖ୍ୟା ରେ ବରିଷ୍ଠ ନାଗରିକ ପୁରୁଷ ଓ ମହିଳା ମାନେ ଏହି ସାଇବର ଅପରାଧ ଓ ସୁରକ୍ଷା ସଚେତନ ପଦଯାତ୍ରା ରେ ଯୋଗ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ