ଭଞ୍ଜନଗର ପୋଲିସ ଦ୍ୱାରା ଅନେକ ଚୋରି ମୋବାଇଲ ଉଦ୍ଧାର
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ପୋଲିସ କୁ ମିଳିଛି ବଡ ସଫଳତା, ଭଞ୍ଜନଗର ଥାନାକୁ ଆସିଥିବା ନୂତନ ଥାନା ଅଧିକାରୀ ଙ୍କ ଆସିବା ଦିନ ଠାରୁ ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ ଗାଡି ମୋଟର ଯାଞ୍ଚ ଓ ଅପରାଧିକ ଗତି ବିଧି ଉପରେ ଗୁରୁତ୍ୱ ଦିଆ ଯାଇଥିଲା।ଆଜି ଭଞ୍ଜନଗର ଉପକଣ୍ଠ ଜାମପଲ୍ଲୀ ଗ୍ରାମରୁ ଏମ, ମରିଆ, ପିତା ସ୍ୱର୍ଗତ ଏମ,ଜଗୁ ଙ୍କୁ ବିଭିନ୍ନ ସମୟରେ ରାସ୍ତାରେ ମୋବାଇଲ ଛାଡ଼ିବା,ଲୁଟ କରିବା,ଘରେ ତଥା ଦୋକାନ ମାନଙ୍କରେ ଡକାୟତ କରିବା ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଅଭିଯୁକ୍ତ ଠାରୁ ୨୪ଗୋଟି ଦାମୀ ମୋବାଇଲ ସହ ଗୋଟେ ଦେଶୀ ବନ୍ଧୁକ ଜବତ ହୋଇଛି , ଜବତ ହୋଇଥିବା ମୋବାଇଲ ଦାମ ଲକ୍ଷ।ଧିକ ଟଙ୍କା ହୋଇଥିବା ବେଳେ କେବେ କେମିତି ଏତେ ପରିମାଣର ମୋବାଇଲ ରଖିଥିଲେ ତାହା ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି,ଅଭିଯୁକ୍ତ ବିରୁଦ୍ଧରେ ମାରଣାସ୍ତ୍ର ରଖିବା ,ଲୁଟ କରିବା ଆଦି ଅପରାଧିକ ଧାରା ଲଗା ଯାଇଛି।


