ଶିକ୍ଷକଙ୍କ ପରଲୋକ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ର ଶିକ୍ଷକ ସୁକୁଟା ସାହୁ ଙ୍କ ୫୮ ବର୍ଷ ବୟସରେ ପରଲୋକ ଘଟିଛି। ସେ ଗାଁ ର ନୋଡାଲ ହାଇସ୍କୁଲ ରେ ଶିକ୍ଷକତା କରୁଥଲେ। ଗତ କିଛି ବର୍ଷ ହେଲା ସେ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଥିଲେ। ତାଙ୍କ ପରଲୋକ ଖବର ପାଇ ପ୍ରଧାନଶିକ୍ଷକ ପଙ୍କଜ କୁମାର ଗମାଙ୍ଗ, ସିଆରସିସି ବାବୁ ବେହେରା, ଏକ୍ସ୍ କ୍ୟାଡ଼ର ଶିକ୍ଷକ ସଂଘ କାର୍ଯ୍ୟକର୍ତ୍ତା କୁରେଶୁ ଡାକୁଆ ଏବଂ ସହକାରୀ ଶିକ୍ଷକ ବୃନ୍ଦ ତାଙ୍କ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।