ଏସିଆ ପାରା କ୍ରୀଡା ରେ ଭାଗ ନେବେ ଭି. ରମେଶ

ଛତ୍ରପୁର, (ଦେବଦତ୍ତ ମହାରଣା):ଚୀନର ହାଙ୍ଗୋଝୋରୀ ଠାରେ ଅକ୍ଟୋବର ୨୨ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏସିଆ ପାରା କ୍ରୀଡା । ଏଥିରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଗିଲଟିପେଟା ସାହି ନିବାସୀ କ୍ରୀଡାବିତ୍ ଭି. ରମେଶ ରାଓ ଭାଗ ନେବେ । ଏନେଇ ତାଙ୍କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସେ ଏହି ପ୍ରତିଯୋଗିତାରେ ଭାଗ ନେବା ଆଜି ହାଙ୍ଗୋଝୋରୀ ଗସ୍ତ କରିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶାର ୭ ଜଣ ଆଥଲେଟ ଭାଗ ନେବାକୁ ଥିବା ବେଳେ ଗଞ୍ଜାମ ଜିଲ୍ଲାର ଭି. ରମେଶ ଜଣେ ମାତ୍ର କ୍ରୀଡା ବିତ ଏଥିରେ ଭ ।ଗ ନେବେ ବୋଲି ସୂଚନା ମିଳିଛି । ସେ ପୂର୍ବରୁ ଆନ୍ତର୍ଜାତୀୟ, ଓ ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳତା ହାସଲ କରିବା ସହିତ ପ୍ରାୟ ୨୫ ଟି ଦେଶରେ ମଧ୍ୟ ତାଙ୍କ କ୍ରୀଡା ପ୍ରଦର୍ଶନ କରିଛନ୍ତି । ସ୍ୱର୍ଣ୍ଣ ଠାରୁ ଆରମ୍ଭ କରି ବିଭିନ୍ନ ପଦକର ବିଜେତା ମଧ୍ୟ ସେ ହୋଇଛନ୍ତି । ଏନେଇ ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ ଟି ସଚିବ ଭି. କେ. ପାଣ୍ଡିଆନ୍‌, କ୍ରୀଡା ସଚିବ ଓ କ୍ରୀଡା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀ ମାନଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ସେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ପିଲାଟି ଦିନରୁ ତୁଳସୀ ଦୁଇ ପତ୍ର ରୁ ବାସିଲା ପରି ପାଠପଢା ସହ କ୍ରୀଡା ପ୍ରତି ନିଜ ରୁଚି ରଖିଥିଲେ । ଆଉ ଆଜି ସେହି ରୁଚି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛି । ସୂଚନା ଯୋଗ୍ୟ ଯେ, ସେ ପ୍ରଥମେ ୨୦୧୦ ମସିହାରେ ଆମେରିକାରେ ଅନୁଷ୍ଠିତ ଦିବ୍ୟାଙ୍ଗ ଭଲିବଲ୍ ପ୍ରତିଯୋଗିତାରେ ଭାରତ ଦଳରେ ଉପ ଅଧିନାୟକ ଭାବେ ଦାୟିତ୍ୱ ନେଇ ଭାରତକୁ ଷଷ୍ଠ ସ୍ଥାନ ରେ ବିଜୟୀ କରାଇଥିଲେ । ଏହା ସହ ସେଠାରେ ଆୟୋଜିତ ହୋଇଥିବା ହ୍ୱିଲ ଚେୟାର ଅସି ଚାଳନା ପ୍ରତିଯୋଗିତା ଦେଖି ରମେଶଙ୍କ ଲକ୍ଷ୍ୟ ବଦଳିଯାଇଥିଲା । ୨୦୧୧ ମସିହାରେ ଜାତୀୟ ହ୍ୱିଲ ଚେୟାର ଅସି ଚାଳନା ରେ ଅଂଶ ଗ୍ରହଣ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ପର ଠାରୁ ସେ ପଛକୁ ଫେରି ନାହାନ୍ତି । ପ୍ରାୟ ୮ ରୁ ୧୦ ଥର ବିଶ୍ୱକପ୍‌. ଏସିଆନ ଓ ବିଶ୍ୱ ଚାମ୍ପିୟାନ ମଧ୍ୟ ଖେଳି ସାରିଛନ୍ତି । ଏହା ସହିତ ଜାତୀୟ ଓ ଆନ୍ତର୍ଜାତିୟ ସ୍ତରରେ ଅଂଶ ଗ୍ରହଣ କରି ଦେଶ, ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି । ଆୟୋଜିତ ହେବାକୁ ଥିବା ଏସିଆ ପାରା କ୍ରୀଡାରେ ଚାମ୍ପିୟାନ ହେବାର ଲକ୍ଷ୍ୟ ରଖିଥିବା ଭି. ରମେଶ ରାଓ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ