୨୦୦୫ ମସିହା ଠାରୁ ସମସ୍ତ ସୂଚନା ଅଧିକାର ଦରଖାସ୍ତ ଏବଂ ତଥ୍ୟ ଅନଲାଇନରେ ପ୍ରଦର୍ଶନ କରିବା ପାଇଁ ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମସିହା ଠାରୁ ସୂଚନାଧିକାର ଆଇନ ଅନୁଯାୟୀ ହୋଇଥିବା ସମସ୍ତ ଦରଖାସ୍ତ ଏବଂ ସେସବୁର ଉତ୍ତର ଓ ତଥ୍ୟ ଅନଲାଇନରେ ପ୍ରଦର୍ଶନ କରିବା ପାଇଁ ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ସମସ୍ତ ଦରଖାସ୍ତ ଓ ସେଗୁଡ଼ିକର ଉତ୍ତର ଓ ତଥ୍ୟ ଅନଲାଇନରେ ପ୍ରଦର୍ଶନ ନ କରିବା ପ୍ରମାଣିତ କରୁଛି ଯେ, ନବୀନ ପଟ୍ଟନାୟକ ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି ଏବଂ ଦୁର୍ନୀତିକୁ ଶୂନ୍ୟ ସହନଶୀଳତା ମିଥ୍ୟା ଡ଼ିଣ୍ଡିମ ପ୍ରଚାର କରୁଛନ୍ତି । ସତସାହସ ଥିଲେ ତୁରନ୍ତ ସମସ୍ତ ସୂଚନାଧିକାର ଦରଖାସ୍ତ ଓ ତଥ୍ୟ ଅନଲାଇନରେ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ରାଉତ ଦାବି କରିଛନ୍ତି ।


