ହାଇସ୍କୁଲରେ ବ୍ଲକ ସ୍ତରୀୟ ସୁରଭି ୨୦୨୩
ହାଟଡିହି, (ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ମୁଗୁପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ସୁରଭି ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନା ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ଶଶିରେଖା ଦାସ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥ୍ୟ ଭାବେ ସରପଞ୍ଚ ଦୀନେଶ କୁମାର ସେଠୀ, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷାଧ୍ଵରୀ ଧନେଶ୍ଵର ଖଣ୍ଡେଇ, ସହଶିକ୍ଷା ଅଧିକାରୀ ପ୍ରମୋଦ କୁମାର ରାଉତ, ସ୍ନେହଲତା ମହାରଣା ଓ ସୁରେଶ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇଥିଲେ | ଏହି ଅବସରରେ ଶିଶୁଙ୍କ ପ୍ରତିଭା ବିକାଶରେ ସୁରଭିର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ଅତିଥିମାନେ କହିଥିଲେ। ଏଥିରେ ବ୍ଲକ ର ବିଭିନ୍ନ ସ୍କୁଲ ର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟଶ୍ରୀ ପ୍ରାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ କୈଶଲ୍ୟା ସେଠୀ, ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ ପ୍ରମୁଖ ଯୋଗଦେଇ ସୁରଭି ର ଉପ କରିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏ.ସି.ବି ଫାଉଣ୍ଡେସନ ର ଅଧ୍ୟକ୍ଷ ସମାଜସେବୀ ଅଲେଖ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ସି.ଆର.ସି.ସି ଆର୍ତତ୍ରାଣ ଜେନା, ଶିକ୍ଷୟିତ୍ରୀ ଦୀପ୍ତିମୟୀ ସେଠୀ, ଶିକ୍ଷକ ଜନ୍ମେଜୟ ବେହେରା, ନରହରି ଜେନା, ଜ୍ୟୋତ୍ସ୍ନାରାଣୀ ଜେନା, ପରୀକ୍ଷିତ ସେଠୀ, କେଶବ ଚନ୍ଦ୍ର ପଣ୍ଡା, ରଜନୀ ବାରିକ, ପ୍ରଫୁଲ୍ଲ କୁମାର ସାହୁ, ଶିବ ସୁନ୍ଦର ସାହୁ, ପଦ୍ମାବତୀ ଜେନା, ଛବିରାଣୀ ଜେନା, ସନ୍ତୋସିନୀ ପତି, ବିଶ୍ଵନାଥ ନାୟକ, ସରୋଜ କୁମାର ନାୟକ, ବେଣୁଧର ନାୟକ, ତପନ କୁମାର ନାୟକ, ପ୍ରିୟଦର୍ଶନୀ ସାହୁ, ଅଭିମନ୍ୟୁ ମହାକୁଡ଼, ଅନ୍ତର୍ଯ୍ୟାମୀ ବିଶ୍ବାଳ, ପ୍ରଶାନ୍ତ କୁମାର କର, ଖଗେଶ୍ଵର ସାହୁ ପ୍ରମୁଖ ସହଯୋଗ କରିଥିଲେ |


