ମହିଳା ସ୍ନାତକ ମହାବିଦ୍ୟାଳୟର ସାସ୍କୃତିକ ଓ କ୍ରୀଡା ପ୍ରତିଭା ପାଇଁ ପ୍ରତିଯୋଗିତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ତିନିଦିନ ବ୍ୟାପୀ ବିଭିନ୍ନ ସାଂସ୍କୃତିକ ତଥା ପ୍ରତିଭା ଅନ୍ଵେଷଣ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକ ଯଥା ତର୍କ, ସୃଜନଶୀଳ ଲେଖନୀ, କବିତା ଆବୃତି, ଶବ୍ଦଖେଳ, ଏକକ ନୃତ୍ୟ, ସମ୍ମିଳିତ ନୃତ୍ୟ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ଛାତ୍ରୀବୃନ୍ଦ ସେମାନଙ୍କର ପ୍ରତିଭାର ପରିଚୟମାନ ପ୍ରଦର୍ଶନ କରିଥିଲେ। ସେହିପରି ସ୍ଥାନୀୟ ପୋଲିସ୍ ହୋମ୍ଗାର୍ଡ କ୍ରୀଡା ପଡିଆଠାରେ ବିଭିନ୍ନ କ୍ରୀଡା ପ୍ରତିଯୋଗୀତା ମଧ୍ୟ ଆୟୋଜନ କରାଯାଇଥିଲା। ୧୦୦ ମିଟର ଓ ୨୦୦ମିଟର ଦୌଡ, ସଟ୍ପୁଟ୍, ଡିସକସ, କ୍ୟାବଲିନ୍ ଇତ୍ୟାଦି କ୍ରୀଡା ପ୍ରଦର୍ଶନ କରି ଛାତ୍ରୀବୃନ୍ଦ ସେମାନଙ୍କର କ୍ରୀଡା ଦକ୍ଷତାର ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଗୁଡିକୁ ଆନୁଷ୍ଠାନିକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଉଦ୍ଘାଟନ କରିବା ପୂର୍ବକ ଛାତ୍ରୀମାନଙ୍କୁ ପ୍ରତିଯୋଗୀତାଗୁଡିକରେ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ। ଅଧ୍ୟାପିକା ଡ଼ ଭାରତୀ ପାଣିଗ୍ରାହୀ, ସି. ଏଚ୍. ନିର୍ମଳା ଅଧ୍ୟାପକ କେ.ସି.ପଣ୍ଡିତ୍, ଗ୍ରନ୍ଥାଗାରକ ଏଲ୍.ଦୁର୍ଯ୍ୟୋଧନ ବିଚାରକ ଭାବେ ଦାୟିତ୍ବ ତୁଲାଇଥିବା ବେଳେ, ଅଧ୍ୟାପିକା ବରଦା ଆଚାର୍ଯ୍ୟ, କଲ୍ୟାଣୀ ମିଶ୍ର କାର୍ଯ୍ୟକ୍ରମଗୁଡିକୁ ପରିଚାଳନା କରିଥିଲେ। ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ନଭେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବବିଦ୍ୟାଳୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ। ସମଗ୍ର ପ୍ରତିଯୋଗୀତାଗୁଡିକର ଆୟୋଜନରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ତଥା ସ୍ଵେଚ୍ଛାସେବୀ ସୁପ୍ରିୟା, ଲିଜା, ମନୀଷା, ଅନୁପମା, ଲକ୍ଷ୍ମୀ ଇତ୍ୟାଦି ସଂପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।