ମିଶ୍ରଣ ପୂର୍ବରୁ ବିଓବିରେ ନିବେଶ ହେବ ୫ଠ୪୨ କୋଟି
ମୁମ୍ବାଇ : ସରକାର ବ୍ୟାଙ୍କ୍ ଅଫ୍ ବରୋଦା (ବିଓବି)ରେ ବିଜୟା ଓ ଦେନା ବ୍ୟାଙ୍କ୍ର ମିଶ୍ରଣ ହେବା ପୂର୍ବରୁ ସେଥିରେ ୫୦୪୨କୋଟିର ପୁଞ୍ଜି ନିବେଶ ପାଇଁ ନିଷ୍ପତ୍ତି ନେଇଛନ୍ତି । ବ୍ୟାଙ୍କ୍ ଅଫ୍ ବରୋଦା ସହିତ ଦେନା ବ୍ୟାଙ୍କ୍ ଓ ବିଜୟା ବ୍ୟାଙ୍କ୍ ବିଲୟର ଯୋଜନା ଏପ୍ରିଲ୍ ୧ଠାରୁ କାର୍ଯ୍ୟକାରୀ ହେବ । ବ୍ୟାଙ୍କ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଅର୍ଥ ମନ୍ତ୍ରଣାଳୟ ଅଧିସୂଚନା ମାଧ୍ୟମରେ ବ୍ୟାଙ୍କ ଅଫ୍ ବରୋଦାରେ ୫୦୪୨କୋଟି ଟଙ୍କା ପୁଞ୍ଜି ନିବେଶର ନିଷ୍ପତ୍ତିର ସୂଚନା ଦେଇଛନ୍ତି । ବିଓବି ପକ୍ଷରୁ କୁହାଯାଇଛି ଯେ ବ୍ୟାଙ୍କ୍ର ଇକ୍ୱିଟି ଶେୟାର (ବିଶେଷ ପ୍ରତିଭୂତି/ବଣ୍ଡ) ଅଧିମାନ୍ୟ ଆବଣ୍ଟନ ମାଧ୍ୟମରେ ପୁଞ୍ଜି ନିବେଶ କରାଯିବ । ଏହା ସରକାରଙ୍କ ନିବେଶ ଭାବେ ସମ୍ପନ୍ନ ହେବ । ବିଲୟର ଯୋଜନା ଅନୁସାରେ ବିଜୟା ବ୍ୟାଙ୍କ୍ର ଶେୟାରଧାରକଙ୍କୁ ପ୍ରତି ୧୦୦୦ ଶେୟାର ପାଇଁ ବ୍ୟାଙ୍କ୍ ଅଫ୍ ବରୋଦାର ୪୦୨ଇକ୍ୱିଟି ଶେୟାର ମିଳିବ । ସେହିପରି ଦେନା ବ୍ୟାଙ୍କ୍ର ଶେୟାର ଧାରକଙ୍କୁ ପ୍ରତି ୧୦୦୦ ଶେୟାର ବଦଳରେ ବିଓବିର ୧୧୦ ଶେୟାର ମିଳିବ । ସରକାର ଗତ ବର୍ଷ ସେପ୍ଟେମ୍ବରରେ ବିଓବି ସହିତ ବିଜୟା ବ୍ୟାଙ୍କ୍ ଓ ଦେନା ବ୍ୟାଙ୍କ୍ର ବିଲୟ ସମ୍ବନ୍ଧରେ ଘୋଷଣା କରିଥିଲେ । ଏହାର ଉଦ୍ଦେଶ୍ୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଓ ଆଇସିଆଇସିଆଇ ବ୍ୟାଙ୍କ୍ ପରେ ତୃତୀୟ ସର୍ବବୃହତ୍ତ ବ୍ୟାଙ୍କ୍ରେ ପରିଣତ କରିବ ।