ଭୁବନେଶ୍ୱର ଜିଲ୍ଲା ପାଇଁ ୫୨ ପୂଜା କମିଟିରୁ ଦସ୍ତଖତ ସଂଗ୍ରହ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ସ୍ୱତନ୍ତ୍ର ଜିଲ୍ଲା କରିବା ଦାବିରେ ରାଜଧାନୀ ଓ ଏହାର ଆଖପାଖରେ ଥିବା ୫୨ଟି ପୂଜା କମିଟି ମୁଖ୍ୟଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି । ସେହିପରି ଉପକଣ୍ଠରେ ଶତାଧିକ ଯୁବକ ଏଥଇ ପାଇଁ ଶପଥ ନେଇଛନ୍ତି । ଭୁବନେଶ୍ୱର ଏକ ସ୍ୱତନ୍ତ୍ର ଜିଲ୍ଲା ନହେବା ପର୍ଯ୍ୟନ୍ତ ବିରତି ରହିବେ ନାହିଁ ବୋଲି କହିଛନ୍ତି । ଭୁବନେଶ୍ୱରକୁ ଜିଲ୍ଲା ପାଇଁ ଅଭିଯାନରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସମଷ୍ଟିର ସ୍ୱର ‘ମିଳିତ ମହାମଂଚ’ ପକ୍ଷରୁ ଆବାହକ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଦଶହରାରେ ପୂଜା କମିଟିର ମୁଖ୍ୟଙ୍କ ସ୍ୱାକ୍ଷର ସଂଗ୍ରହ କର।।ଇଥିଲା । ବିଭିନ୍ନ ମୁରବୀ ଓ ଅନୁଷ୍ଠାନର ସହଯୋଗରେ ଭୁବନେଶ୍ୱରକୁ ଜିଲ୍ଲା କରିବା ପାଇଁ ସରକାରଙ୍କ ନିକଟରେ ଉପସ୍ଥାପନା ପାଇଁ ଭୁବନେଶ୍ୱରର ସର୍ବ ପୁରାତନ ମେଢ଼ ବଣିଆ ସାହି ଦେବୀ ମଣ୍ଡପରୁ ଷଷ୍ଟି ତିଥିରୁ ଆରମ୍ଭ ହୋଇ ପୁରୁଣା ଭୁବନେଶ୍ୱରର ସବୁ ସାହି ମୁରବୀଙ୍କ ଦସ୍ତଖତ ସଂଗ୍ରହ ପରେ ବଡ଼ଗଡ଼, ସହିଦନଗର ଆଦି ସ୍ଥାନୀୟ ମୁରବୀଙ୍କ ସ୍ୱାକ୍ଷର ସଂଗ୍ରହ କରାଯାଇଥିଲା । ସେହିପରି ଭୁବନେଶ୍ୱର ଉପକଣ୍ଠର ଗ୍ରାମବାସୀ, ବାଲିପାଟଣା, ବାଲିଅନ୍ତା, ନଖରା ଆଦି ଅଂଚଳରେ ଦସ୍ତଖତ ସଂଗ୍ରହ କରାଯାଇଛି । ସବୁ ମୁରବୀ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ସହମତି ପ୍ରଦାନ କରିଛନ୍ତି ।