ମୁଗୁପୁର ସମାଚାର ର ଦ୍ଵାଦଶତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ ) : ମାସିକ ଖବରକାଗଜ ମୁଗୁପୁର ସମାଚାରର ଅଷ୍ଟାଦଶ ସ୍ୱନକ୍ଷତ୍ର ଉତ୍ସବ ମୁଗୁପୁରଠାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଇଂରାଜୀ ବିଭାଗର ପ୍ରଫେସର ତଥା ସାହିତ୍ୟିକ ରବିନ୍ଦ୍ର କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର ପ୍ରେସ୍ କ୍ଲବ୍‌ ସଭାପତି ନାରାୟଣ ସାହୁ, ସମ୍ମାନୀତ ଅତିଥି ରାଜବୀର କନଷ୍ଟ୍ରକ୍‌ସନ୍ ପ୍ରା.ଲିର ଜେନେରାଲ ମ୍ୟାନେଜର ଜନ୍ମେଜୟ ଓଝା ଓ ବରେଣ୍ୟ ଅତିଥିଭାବେ ଆନନ୍ଦ ଜୀବନ ଇଂଟରନ୍ୟାସ୍‌ନାଲ ସ୍କୁଲର ପ୍ରତିଷ୍ଠାତା ତଥା ସାମାଜସେବୀ ଲକ୍ଷ୍ମୀଧର ଜେନା ଉପସ୍ଥିତ ରହି ଗ୍ରାମାଂଚଳ ତଥା ଜନସମସ୍ୟାରେ ଆଂଚଳିକ ଖବରକାଗଜର ବହୁ ଗୁରୁତ୍ଵପୂର୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ “ଚତୁର୍ଥ ସ୍ତମ୍ଭ ଉପରେ ଅଙ୍କୁଶ, ଗଣତନ୍ତ୍ରର କଣ୍ଠରୋଧ ପାଇଁ ପ୍ରୟାସ କି” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ମୁଗୁପୁର ସମାଚାରର ଦ୍ଵାଦଶତମ ସ୍ଵନକ୍ଷତ୍ର ସ୍ଵତନ୍ତ୍ର ସଂଖ୍ୟା ମହାନବମୀ ଅବସରରେ ଉନ୍ମୋଚନ ହୋଇଥିଲା । ବର୍ତମାନ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରଚାର ଓ ପ୍ରସାର ବହୁମାତ୍ରାରେ ଦେଖାଯାଇଥିଲେ ମଧ୍ୟ ମୁଦ୍ରିତ ଗଣମାଧ୍ୟମର ଆଜି ବି ପ୍ରାସଙ୍ଗିକତା ରହିଛି ବୋଲି ଡ. ପ୍ରତିଷ୍ଠାତା ଇନ୍ଦ୍ରମଣୀ ସାହୁ ନିଜ ବକ୍ତବ୍ୟରେ କହିଥିଲେ । ଖବରକାଗଜର ସମ୍ପାଦକ ମଦନ ମୋହନ ପାଢୀ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ତାଙ୍କ ଅଭିଭାଷଣରେ ମୁଗ୍ଧପୁର ସମାଚାରର ପ୍ରସାର ପ୍ରଚାର ଉପରେ ଗୁରୁତ୍ବାରୋପ କରିଥିଲେ । ଜନସେବକ ଫାଉଣ୍ଡେସନ୍ ସଂପାଦକ ସୁରେନ୍ଦ୍ର କୁମାର ସାହୁ ଗ୍ରାମାଂଚଳର ସମସ୍ୟା କିପରି ଖବରକାଗଜରେ ସ୍ଥାନୀତ ହୋଇ ସରକାରଙ୍କ ନିକଟରେ ପହଂଚିପାରିବ ତାହା ଉପରେ ମତବ୍ୟକ୍ତ କରିଥିଲେ । ସହ-ସଂପାଦକ ଅରବିନ୍ଦ ତ୍ରିପାଠୀ ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ଖବରକାଗଜ ଏକ ସେତୁ ପରି କାର୍ଯ୍ୟ କରିଥାଏ, ତତ୍ସହିତ ସମାଜ ପ୍ରତି ସାମାଜିକ ଉତରଦାୟିତ୍ଵ ମଧ୍ଯ ସମ୍ବାଦପତ୍ର ନିର୍ବାହ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଶରତ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିତ୍ବଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଗୁପୁର ଅଂଚଳର ଚାଷୀମାନଙ୍କୁ ସମ୍ମାନୀତ କରିଉତ୍ସାହିତ କରାଯାଇଥିଲା । ଗାନ୍ଧୀ ଜୟନ୍ତୀରେ ମୁଗୁପୁର ସମାଚାର ତରଫରୁ ଆୟୋଜିତ ହୋଇଥିବା ସମ୍ବାଦ ଲିଖନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ହାଟଡ଼ିହି ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରଛାତ୍ରଛାତ୍ରୀ ମଧ୍ୟରୁ ଶ୍ରେଷ୍ଠ ତିନି ଜଣ ଯେପରିକି ଗୋପୀନାଥ ଜୀଉ ଉଚ୍ଚ ବିଦ୍ୟାଳୟ, ଆୟୋର ଛାତ୍ର ସୌମ୍ୟ ରଂଜନ ନାଥ ପ୍ରଥମ ସ୍ଥାନ, ପଂଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗର ଛାତ୍ରୀ ଚିତ୍ରେଶ୍ଵରୀ ବେହେରା ଦ୍ଵିତୀୟ ସ୍ଥାନ, ମୁଗୁପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ଜ୍ୟୋତି ରଂଜନ ସାହୁ, ତୃତୀୟ ସ୍ଥାନ ଅଧିକାର କରି ମାନପତ୍ର, ଟ୍ରଫି ଓ ପୁରସ୍କାର ରାଶି ଅତିଥିମାନଙ୍କଠାରୁ ଗ୍ରହଣ କରିଥିଲେ । ପରବର୍ତୀ ସାତ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପଦାନ କରାଯାଇଥିବାବେଳେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଖବରକାଗଜର ପରାମର୍ଶଦାତା ଜୟନାରାୟଣ ଜଗଦେବ ମହାପାତ୍ର, କୈଳାସ ଚନ୍ଦ୍ର ସାହୁ ଓ ନୃସିଂହ ଚରଣ ପଣ୍ଡାଙ୍କୁ ତାଙ୍କ ଦିଗ୍‌ଦର୍ଶନ ପାଇଁ ସମ୍ବଦ୍ଧିତ କରାଯାଇଥିଲା । ଆଂଚଳିକ ମୁଖ୍ୟ ହୃଷିକେଶ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଦସ୍ୟ ସୁକାନ୍ତ ରାଉତ, ଅଭିମନ୍ୟୁ ବିଶ୍ବାଳ, ସୁମନ୍ତ ଦାସ, ମାନସ ନାୟକ, ମାନସ ଓଝା, ସଂଜୟ ପଣ୍ଡା, ହିମାଂସୁ ଆନ୍ଦିଆ ଓ ଶରତ ଚନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। । ଶେଷରେ ଧ୍ୟାନ ରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ