ବିଜେପିର ବନ୍ଧୁମିଳନ ଉତ୍ସବ: ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ମହାଦେବ ମନ୍ଦିର ଠାରେ ନିଳୋକ ପଞ୍ଚାୟତ ବିଜେପି ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱ ତଥା ଶଙ୍କର୍ଷଣ ଜେନାଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ସଂସଦୀୟ କ୍ଷେତ୍ର ନେତା ଅଭିମନ୍ୟୁ ସେଠୀ ଯୋଗ ଦେଇ ସମାଜରେ ଶିକ୍ଷକ ମାନଙ୍କର ସ୍ୱତନ୍ତ୍ର ଭୂମିକା ରହିଛି ବୋଲି କହିଥିଲେ । ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳ ଯୋଗ ଦେଇ ଯେଉଁମାନେ ସମାଜରେ ପୂଜ୍ୟ, ତାଙ୍କର ପୂଜା କରିବା ଆମ ସମସ୍ତଙ୍କର ନୈତିକ ଦାୟୀତ୍ୱ ଓ କର୍ତ୍ତବ୍ୟ । ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସଙ୍ଗଠନ ମନ୍ତ୍ରୀ ପଞ୍ଚାନନ ରାଉତ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ସୁଧାଂଶୁ ଶେଖର ନାୟକ, ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢିଆରୀ, ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରକାଶ ଚନ୍ଦ୍ର ମହାପାତ୍ର, ଗୋପାଳକୃଷ୍ଣ ଦାଶ, ଖଗେଶ୍ୱର ବେହେରା, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ଛୟାଳସିଂ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସନ୍ତୋଷ ନାୟକ, ପ୍ରଫୁଲ୍ଲ ସାହୁ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ସେନାପତି, ବାବାଜି ଚରଣ ଦଳେଇ, ପଦ୍ମଲୋଚନ ଧଳ, ମନମୋହନ ଆଚାର୍ଯ୍ୟ, ରାମ ଚନ୍ଦ୍ର ରାଉତ, ନବ କିଶୋର ଲେଙ୍କା, ନିରାକର ବେହେରା, କଳାକାର ମିଶ୍ର, ଗଣେଶ ଚନ୍ଦ୍ର ପଣ୍ଡା, ଭଗବାନ ମିଶ୍ର, ଉପେନ୍ଦ୍ର ମିଶ୍ର, ନରହରି ବାରିକ, ଲକ୍ଷ୍ମୀଧର ସାହୁ, ଶମ୍ଭୁନାଥ ଜେନା, ସନାତନ ନାୟକ, ଗୋବିନ୍ଦ ଚନ୍ଦ୍ର ବାରିକ, ଦଶରଥ ଜେନା, କୃପାସିନ୍ଧୁ ପଣ୍ଡା, କୁଳମଣି ଦାସ, ଦାମୋଦର ଜେନାଙ୍କ ସମେତ ଅନ୍ୟ ପ୍ରାକ୍ତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଗୌରହରି ନନ୍ଦ, ହରେକୃଷ୍ଣ ସେନାପତି, ସୂର୍ଯ୍ୟନାରାୟଣ ପଣ୍ଡା, ପ୍ରଶାନ୍ତ ଦାଶ, ବିକାଶ ରଞ୍ଜନ ଦାଶ, ଭୂପତି ସ୍ୱାଇଁ, ସଞ୍ଜୟ ସେନାପତି, ଆଲୋକ ମିଶ୍ର, ଜଗନ୍ନାଥ ଲେଙ୍କା, ଭାଗୀରଥି ସାହୁ, ବିଜୟ ଲେଙ୍କା, ରାଜେନ୍ଦ୍ର ଦାସ, ବିଜୟ ନାୟକ, ନିରଞ୍ଜନ ବିଶ୍ୱାଳ, ବବୁଲ ସାହୁ, କବିତା ଜେନା, ଶଙ୍କର୍ଷଣ ମିଶ୍ରଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଏଥିରେ ନିଳୋଳ ସମେତ ଆଖପାଖ ପଞ୍ଚାୟତରୁ ବହୁ କର୍ମୀ ଯୋଗ ଦେଇଥିଲେ ।