କ୍ଷେତ୍ରୀୟ ଖଣ୍ଡାୟତ ମହାସଭାର ସାଂଗଠନିକ ସମାବେଶ ଓ ଉପଦେଷ୍ଟାମଣ୍ଡଳୀ ଗଠନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବାଲାବାବା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ମହାସଙ୍ଘର ସାଂଗଠନିକ ସମାବେଶ ଓ ଉପଦେଷ୍ଟାମଣ୍ଡଳୀ ଗଠନ ପାଇଁ ଏକ ସମାବେଶର ଆୟୋଜନ କରାଯାଇଥିଲା । ଏହି ସମାବେଶରେ ଜିଲ୍ଲା ସଂଗଠନର ସଭାପତି ଶରତ କୁମାର ବେହୁରା ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଂଗଠନର ସଭାପତି ଅଶୋକ କୁମାର ଲେଙ୍କା ଯୋଗଦେଇଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ସଂଗଠନର ରୂପରେଖ ଏବଂ ଆଗାମୀ ଦିନମାନଙ୍କରେ ସଂଗଠନର ଭିତ୍ତିଭୂମି ସୁଦୃଢ କରିବା ସଙ୍ଗେ ସଙ୍ଗେ ପରସ୍ପର ବୁଝାମଣା ମାଧ୍ୟମରେ ସମସ୍ତଙ୍କ ସୁଖଦୁଃଖରେ ଭାଗିଦାର ହେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଉପଦେଷ୍ଟାମଣ୍ଡଳୀ ନିର୍ବାଚନ କରାଯାଇ ଘୋଷଣା କରାଯାଇଥିଲା । ସେହି ଅନୁଯାୟୀ ଉପଦେଷ୍ଟାମଣ୍ଡଳୀର ସଦସ୍ୟ ଭାବରେ ପ୍ରଫେସର ନନ୍ଦ କିଶୋର ପରିଡା, ରଣେନ୍ଦ୍ର କୁମାର ସ୍ୱାଇଁ, ଧ୍ରୁବ ଚରଣ ଜେନା, ଭୀମସେନ ଭୂୟାଁ, ଗିରିଶ କୁମାର ପାତ୍ର, ଗଙ୍ଗାଧର ପରିଡା, ଅଜୟ କୁମାର ବିଶ୍ୱାଳ, ଧନେଶ୍ୱର ରାଉତ, ନବଘନ ପରିଡା, ଦୁର୍ଯ୍ୟୋଧନ ମଲ୍ଲିକ, ଉମାକାନ୍ତ ବଳ, ସୁଶାନ୍ତ କୁମାର ସ୍ୱାଇଁ, କୃଷ୍ଣଚନ୍ଦ୍ର ରାଉତ, ଅତୁଲ କୁମାର ବଳ, ରଶ୍ମୀରଞ୍ଜନ ରାଉତ, ରୁଧିର ବଳ, ରାଜକିଶୋର ରାଉତରାୟ, ରତ୍ନାକର ପାତ୍ର, ଗଣେଶ ଚନ୍ଦ୍ର ମେକାପ, ବିରଜା ପ୍ରସାଦ ରାଉତରାୟ, ପ୍ରଭାତରଞ୍ଜନ ସ୍ୱାଇଁ, ସହଦେବ ପଢିଆରୀଙ୍କୁ ନିର୍ବାଚିତ କରାଯାଇ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ଆଗାମୀ ଦିନରେ ସଂଗଠନର ରୂପରେଖ ଓ ଭିତ୍ତିଭୂମି ସୁଦୃଢ ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ । ପିତବାସ ବେହେରା, ସଂଗ୍ରାମ କେଶରୀ ଜେନା, ବିଶ୍ୱଜିତ ରାୟ, ଅଭୟ କୁମାର ସ୍ୱାଇଁ, ସହଦେବ ପ୍ରତିହାରୀ, ଅଶୋକ ଜେନା, ଶୁକାନ୍ତ ରାଉତ, ହରିଶ୍ଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କୁ ଗୋଲଖ ଚନ୍ଦ୍ର ପଢିଆରୀ ଓ ଚନ୍ଦନ କୁମାର ପରିଡା, ତରୁଣରଞ୍ଜନ ପ୍ରଧାନ ପ୍ରମୁଖ ନୂତନ ଭାବେ ମନୋନିତ ହୋଇଥିବା ବିଭିନ୍ନ ବ୍ଲକ ଓ ପୈାରାଞ୍ଚଳର ସଭାପତିମାନଙ୍କ ନାମ ଘୋଷଣା ପୂର୍ବକ ସେମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ସେମାନେ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରି ଏକ ଦୃଢ ଭିତ୍ତିଭୂମି ସୃଷ୍ଟି କରି ଆଗାମୀ ଦିନରେ ଏହାକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ସୁନିଶ୍ଚିତ ପରାମର୍ଶ ଦେଇଥିଲେ । ଶେଷରେ ସୁଶିଲ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ