୧୪ ଫୁଟ ର ଅହିରାଜ ସାପ ଉଦ୍ଧାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଛଣମେରି ପଞ୍ଚାୟତ ପେଣ୍ଡୁରାଖାଲି ଗ୍ରାମରୁ ଏକ ୧୪ ଫୁଟର ଅହିରାଜ ସାପ କୁ ବନ ବିଭାଗ ଉଦ୍ଧାର କରିଛି। ଉକ୍ତ ଗ୍ରାମର ସୁବାସ ସେଠୀ ଙ୍କ ଘର ବାରିରେ ବିରାଟକାୟ ସାପକୁ ପରିବାର ଲୋକେ ଦେଖିଥିଲେ। ଏହାପରେ ସେମାନେ ସାପଟିକୁ ଉଦ୍ଧାର କରିବା ପାଇଁ ବନ ବିଭାଗ କୁ ଯୋଗାଯୋଗ କରିଥିଲେ। ଖବରପାଇ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ ପ୍ରଧାନ ଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗର ଏକ ଟିମ୍ ଓ ସ୍ଥାନୀୟ ସର୍ପ ଉଦ୍ଧାରକ କାଳିଆ ନାହାକ ସେଠାରେ ପହଞ୍ଚିଥିଲେ। ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସାପଟି ବିରଳ ଅହିରାଜ ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ୧୪ ଫୁଟ ରହିଛି। ଉଦ୍ଧାର ସାପଟିକୁ ପରବର୍ତ୍ତୀ ସମୟରେ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଉଦ୍ଧାର କାର୍ଯ୍ୟରେ ଅନ୍ୟ ମାନଙ୍କ ମଧ୍ୟରେ ବନପାଳ ସୁନିଲ କୁମାର ମଣ୍ତଳ, ଅଭିରାମ କାର୍ଜୀ, ବନରକ୍ଷୀ କାଳିଆ ପ୍ରଧାନ ଓ ରଞ୍ଜିତ ମାଳି ଙ୍କ ସମେତ ବହୁ ପାରା ବନ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ