ଚଳଚିତ୍ର ନାଁ ରେ ଓଡିଶା ବିଭାଜନ ସୃଷ୍ଟିକାରୀଙ୍କୁ ଗିରଫ କର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚଳିତ କିଛିଦିନ ହେଲା ରାଜ୍ୟରେ ଏକ ଭିନ୍ନ କଥା ଭିନ୍ନ ଆଲୋଚନା ଦେଖିବାକୁ ମିଳୁଛି । ଚଳଚିତ୍ର ପାଇଁ ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶା ବିବାଦ । ଏହି ବିବାଦ ଯାହା ରାଜ୍ୟର ଯୁବବର୍ଗ ମାନଙ୍କ ଉପରେ କୁ ପ୍ରଭାପ ପକାଉଛି । ଉତ୍କଲଗୌରବ ମଧୁସୂଦନ ଦାସ ଓଡିଶା ପ୍ରଦେଶ ଗଠନ କରିଥିଲେ କିନ୍ତୁ ଆଜି କିଛି ମୁଷ୍ଟିମୟ କୁଚକ୍ରି ଗୋଷ୍ଟି ଚଳଚ୍ଚିତ୍ର ନାଁ ରେ ପୂର୍ବ ଓଡିଶା ପଶ୍ଚିମ ଓଡିଶା ବିଭାଜନ କରିବାକୁ ଚାହୁଁଛନ୍ତି । ଯଦି ଏହି ବିବାଦ ଯଥାଶୀଘ୍ର ରୋକା ନଯାଏ ତେବେ ରାଜ୍ୟ ଭିତରେ ଦଙ୍ଗା ଉପୁଜିଲା ଭଳି ପରିସ୍ଥିତି ସୃଷ୍ଟି ହୋଇ ନପାରେ ବୋଲି କିଏ କହିବ । ତେଣୁ ରାଜ୍ୟ ସରକାର ଏକଥା କୁ ଗୁରୁତ୍ୱର ସହ ନେଇ ଯେଉଁମାନେ ଏହି ଘଟଣାର ବିଷମଞ୍ଜି ବୁଣିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରି ଜେଲ ପଠାଇ ଦିଅନ୍ତୁ ଓ ଯେମିତି ଘଟଣାର ଆଉ ପୁନରାବୃତ୍ତି ନହେବ । ଚଳଚିତ୍ର ଝଗଡା ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉ ଏହି ବାର୍ତ୍ତା କୁ ନେଇ ରାଜଧାନୀ ସଂଗ୍ରାମୀ ଯୁବସଙ୍ଘ ଓ ଓଡିଶା ସମାଜସେବୀ ମହାସଙ୍ଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିଂ ଗୋଲେଇ ଛକଠାରେ ଏକ ଶୋଭାଯାତ୍ରା କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଶୁଭାଶିଷ ଷଢଙ୍ଗୀ, ମାନସ ବସ୍ତିଆ, ଅଭିନେତା ଶେଖ ଗୁଲଜାର ହୁସେନ, ରକ୍ତଦାତା ତନ୍ମୟ ସାମନ୍ତରାୟ, ଆଇନିଜୀବୀ ଜ୍ୟୋତି ପଣ୍ଡା, ଯୁବ ସମାଜସେବୀ ଚିତ୍ତରଞ୍ଜନ ଦାଶ, ଯୁବକବି ମୁକ୍ତିକାନ୍ତ ଦାସ, ସଂଗ୍ରାମ ବଳିଆରସିଂହ, ଭୁବନାନନ୍ଦ ସାମନ୍ତ, ମନୋଜ ସାହୁ, ନିରଞ୍ଜନ ସାହୁ, ମହେଶ ନାୟକ, ପ୍ରଭାତ, ପପୁ, ସୁରଜ, ପ୍ରମୁଖ ଯୋଗଦେଇ ଏହି ବାର୍ତ୍ତା ପ୍ରଦାନ କରିଥିଲେ । ଏହାକୁ ପରିଚାଳନା କରିଥିଲେ ରାଜଧାନୀ ସଂଗ୍ରାମୀ ଯୁବସଂଘ ର ପ୍ରତିଷ୍ଠାତା ବାପୁ ଓଝା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ