ବିଦାୟ ନେଲେ ମାଁ ଗଜଲକ୍ଷ୍ମୀ

ଗୋପାଳପୁର, (ରମେଶ ଚନ୍ଦ୍ର ସାହୁ):ପଞ୍ଚମ ଦିନରେ ଗୋପାଳପୁର ସ୍ଥିତ ଦଳିତ ବସ୍ତିରୁ ବିଦାୟ ନେଲେ ମାଁ ଗଜଲକ୍ଷ୍ମୀ । ସନ୍ଧ୍ୟାରେ ମହା ଆଡମ୍ବର ସହକାରେ ସମସ୍ତ ବସ୍ତି ବାସିନ୍ଦା ମାଁ ଙ୍କ ଭସାଣି ଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହେଇଥିବା ବେଳେ ମାଁ ବିଦାୟକୁ ନେଇ ବସ୍ତିର କିଛି ମହିଳା ଭାବ ବିହ୍ୱଳ ହୋଇ କାନ୍ଦିପକେଇ ଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ବସ୍ତିରେ ପ୍ରଥମ ଥର ଆୟୋଜିତ ହୋଇଥିବା ବେଳେ ପ୍ରତି ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମାଁ ଦର୍ଶନ ନିମନ୍ତେ ଶହତାଧିକ ଭକ୍ତଙ୍କ ଭିଡ଼ ଜମିଥାଏ । ଏହାକୁ ନେଇ ମାଁଙ୍କ ପୂଜା ମଣ୍ଡପ ନିକଟରେ ପ୍ରତିଦିନ ସନ୍ଧ୍ୟାରେ ଶହଶହ ଭକ୍ତଙ୍କ ନିମନ୍ତେ ପୂଜା କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ଚତୁର୍ଥ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କମିଟିର ସମସ୍ତ ସଭ୍ୟଙ୍କୁ ବହୁ ପ୍ରଶଂସା କରିବାସହ ମାଁଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରି ଆସନ୍ତା ବର୍ଷରେ ମଧ୍ୟ ଆହୁରି ଆଡ଼ମ୍ବର ସହକାରେ ମାଁଙ୍କ ପୂଜା କରିବା ନିମନ୍ତେ କମିଟିକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସମାଜସେବୀ M. ଶିବ ପାତ୍ର,ଦୀପକ ନାୟକ,ସୀମାଞ୍ଚଳ ନାୟକ, ପିଣ୍ଟୁ ନାୟକ,ଏନ୍. କୁମାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ