ଜିଲ୍ଲା ଆଡଭୋକେଟ’ସ କ୍ଲର୍କ ଆସୋସିଏସନର ବରିଷ୍ଠ ମୋହରିରଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଆଡଭୋକେଟ’ସ କ୍ଲର୍କ ଆସୋସିଏସନର ବରିଷ୍ଠ ମୋହରିର ଉତ୍ତରମ ଚରଣ ମହାନ୍ତିଙ୍କ ବିୟୋଗରେ ଆସୋସିଏସନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ଆଜି ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ଆଡଭୋକେଟ’ସ କ୍ଲର୍କ ଆସୋସିଏସନର ସଭାପତି ବନମାଳି ଷଡଙ୍ଗୀଙ୍କ ସଭାପତିତ୍ୱରେ ଆସୋସିଏସନ ସଭାଗୃହରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଉପସଭାପତି କୈଳାସ ଚନ୍ଦ୍ର ଜେନା, ବିଦ୍ୟାଧର ଦାଶ ପ୍ରମୁଖ ସମସ୍ତ ସଭ୍ୟମାନେ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ