ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଅକ୍ଟୋବର ୨୭ ରୁ ଡିସେମ୍ବର ୯ ପ୍ରର୍ୟ୍ୟନ୍ତ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପକ୍ରିୟା ରହିଛି । ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଏହା କରିପାରିବେ । ଏହାପରେ ଜାନୁଆରୀ ୫ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ଅଧିକରୁ ଅଧିକ ସଚେତନତା କରାଇବା ପାଇଁ ପ୍ରଶାସନ ଅହରହ ଉଦ୍ୟମ ଜାରି ରଖିଛି । ପଞ୍ଜିକରଣ କରିବା, ଠିକଣା ସଂଶୋଧନ କରିବା ଆଦି ରହିଛି । ଏନେଇ ଆଜି ଛତ୍ରପୁର ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ର ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କିତ ଛତ୍ରପୁର ଉପଖଣ୍ଡସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡସ୍ତର ରେ ଇପି ରେସିଓ ବୃଦ୍ଧି ଉପରେ ଉପଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ବିଶେଷ କରି ଯୁବଭୋଟର କେହିବି ଯେପରି ବାଦ ପଡିବେ ନାହିଁ, ମହିଳା ଭୋଟରଙ୍କୁ ଅଧିକରୁ ଅଧିକ ସଚେତନତା କରାଇବା ଉପରେ ସେ ଉପଖଣ୍ଡ ସ୍ତରର ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୫, ୧୧ , ୧୯ ଓ ୨୫ ମତଦାନ କୁ ନେଇ ସ୍ୱତନ୍ତ୍ର ପ୍ରଚାର ଦିବସ ରହିଥିବା କୁହାଯାଇଛି । ଏହି ଦିନରେ ନିକଟସ୍ଥ ବୁଥରେ ବୁଥ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆବେଦନ ଗ୍ରହଣ କରିବେ । ପ୍ରତ୍ୟେକ ବୁଥରେ ବୁଥ ସ୍ତରୀୟ ଅଧିକାରୀ ମାନେ ପରିଦର୍ଶନ କରି ସେଠାରେ ଆନୁସଙ୍ଗିକ ବ୍ୟବସ୍ଥା ରହିଛିକି ନାହିଁ ତଦାରଖ କରିବେ । ଛତ୍ରପୁର ଉପଖଣ୍ଡ ସ୍ତର ର ୫ଟି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୧୨୧୫ ଟି ବୁଥ ଥିବା ବେଳେ ଚଳିତଥର ୩ ଟି ନୁଆଁ ବୁଥ ହୋଇ ୧୨୧୮ଟି ବୁଥ ହୋଇଥିବା ସୂଚନା ମିଳିଛି । ଏହାସହିତ ଉପଖଣ୍ଡ ସ୍ତରରେ ୧୧ଲକ୍ଷ ୪୯ହଜାର ୪୯୨ ଜଣ ଭୋଟର ରହିଛନ୍ତି,ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟ ରେ ଆସିଷ୍ଟାଣ୍ଡ କଲେକ୍ଟର ପୁଷ୍ପାଞ୍ଜଳି କୃଷିକା ଓ ସିନିୟର କିରଣୀ ଭଗବାନ ଜେନା ଙ୍କ ସମେତ ସମସ୍ତ ବିଡିଓ ଓ ତହସିଲଦାରମାନେ ଉପସ୍ଥିତ ଥିଲେ । ଏନେଇ ନଭେମ୍ବର ୫ ତାରିଖରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇ ସଚେତନତା କରାଯିବ


