ବରିଷ୍ଠ ନେତା ତ୍ରୀଲୋଚନ ଯେନାଙ୍କ ପରଲୋକ
ହାଟଡିହିି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ବରିଷ୍ଠ ନେତା ତ୍ରୀଲୋଚନ ଯେନାଙ୍କ ୮୫ବର୍ଷ ବୟସରେ ଆଜି ପରଲୋକ ଘଟିଛି । ସେ ସ୍ୱର୍ଗତ ବିଜୁବାବୁଙ୍କ ଅତି ଘନିଷ୍ଠ ଥିବାବେଳେ ୧୯୮୦ ମସିହାରେ ଶିକ୍ଷକତା ଚାକିରି ଛାଡି ଲୋକଦଳରୁ ଆନନ୍ଦପୁର ବିଧାନସଭା ନିମନ୍ତେ ପ୍ରତିଦ୍ୱନ୍ଦିତା କରିଥିଲେ । ସେ ଗତ କିଛି ମାସ ହେଲା ପକ୍ଷାଘାତ ରୋଗରେ ପିଡିତ ଥାଇ ଚିକିତ୍ସିତ ହେଉଥିଲେ । ଆଜି ଗୁରୁତର ହୋଇ ପଡିବାରୁ ତାଙ୍କୁ ପରିବାର ଲୋକେ ଆନନ୍ଦପୁର ଉପଖଣ୍ଡଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ସେଠାରେ ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁଶଯ୍ୟା ନିକଟରେ ପୁଅ ତଥା ଆନନ୍ଦପୁରର ବିଜେଡି ନେତା ବିମଳ କିଶୋର ଯେନା, ବିଶ୍ୱମ୍ବର ଯେନା, ବୀର କିଶୋର ଯେନା, ଦିପକ ଯେନା, ନାରାୟଣ ଯେନା. ଜ୍ୟୋତିପ୍ରକାଶ ଯେନା, ଅଭିରାମ ଯେନା, ତାପସ କୁମାର ଯେନା ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବର ପାଇ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ମାର୍କଣ୍ଡ ଚରଣ ଓଝା, ସୁଧାଶୁଂ ରାଉତ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସୁରେନ୍ଦ୍ର ବିଶ୍ୱାଳ, ବିଜେଡି ନେତା ନାରାୟଣ ଜେନା, ଯୁବ ବିଜେଡି ନେତା ଇଂ ବିଶ୍ୱନାଥ ପ୍ରତାପ ଜେନା, ଇଂ ବଳରାମ ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।


