ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ପ୍ରଶାସନ ଆନୁକୁଲ୍ୟରେ ସୋମବାର ବ୍ଳକ କନଫରେନ୍ସ ହଲରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଡ . ଚିତ୍ତରଞ୍ଜନ ଦାସ ବୈଠକରେ ସଭାପତିତ୍ବ କରିଥିଲେ। ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ଉମେଶ କୁମାର ସେଠୀଙ୍କ ସଂଯୋଜନାରେ ଆୟୋଜିତ ବୈଠକ ରେ ବ୍ଳକ ଅଧ୍ୟକ୍ଷା ଯମୁନା ନାୟକ , ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ , ଏବିଡିଓ ପ୍ରଶାନ୍ତ କୁମାର ରଥ , ଦିଗପହଣ୍ଡି ଥାନା ଏସ ଆଇ ମାଧବ ଚନ୍ଦ୍ର ଟାକ୍ରି, ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ , ରାଧାକାନ୍ତ ମହାଙ୍କୁଡ , ଶ୍ରଦ୍ଧା ଏନ୍ ଜି ଓ ସଭାପତି ପ୍ରଦୀପ କୁମାର ପଣ୍ଡା , ଡିପିଓ ଦେବେନ୍ଦ୍ର ନାୟକ , କରପଡା ପଞ୍ଚାୟତ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ବଡଡୁମ୍ବୁଳା ସରପଞ୍ଚ ଗୀତାଞ୍ଜଳୀ ଜାନୀ , ବମକୋଇ ସରପଞ୍ଚ ତପନ ପ୍ରଧାନ , ବାସୁଦେବପୁର ସରପଞ୍ଚ ଏମ୍ . ଶ୍ଯାମଘନ , ବି . ତୁରୁବୁଡି ସରପଞ୍ଚ ଲିଙ୍ଗରାଜ ଦୋରା ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ , ସମିତି ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ । ବନ୍ୟା , ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ଅଧିକାରୀ ମାନେ କିପରି ନିଜେ ସୁରକ୍ଷିତ ରହିବା ସଙ୍ଗେ ଅନ୍ୟକୁ କିିପରି ସୁରକ୍ଷା ପ୍ରଦାନ କରିବା ଏବଂ ଅନେକ ସମୟରେ ଆକସ୍ମିକ ବିୟୋଗ ଘଟି ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରକୁ ସରକାରୀ ସହାୟତା କିପରି ଯୋଗାଇ ଦିଆଯିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।


