ଇଷ୍ଟ କୋଷ୍ଟ ଟ୍ରେନ ଧକ୍କାରେ ଯୁବକ ମୃତ।

ବାଲେଶ୍ଵର, (ସରୋଜ ପଣ୍ଡା) : ବାଲେଶ୍ଵର ରେଲୱେ ଷ୍ଟେସନ ନିକଟ ଆନନ୍ଦବଜାର ରେଲୱେ ଗେଟ ଠାରେ ଆଜି ଅପରାହ୍ନ ୪ ଟା ବେଳେ ଇଷ୍ଟକୋଷ୍ଟ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।ମୃତ ଯୁବକ ହେଲେ ସହଦେବଖୁଣ୍ଟା ଥାନା ଭାସ୍କରଗଞ୍ଜ ଅଞ୍ଚଳର ନୀଳମଣି ବେହେରାଙ୍କ ପୁଅ ଜାହାନ ବେହେରା(୩୬)।ମୃତ କାହାନ ଅପ ଲାଇନ୍ ପାରି ହେଉଥିବା ବେଳେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବାର ଜଣାପଡିଛି। ଏ ନେଇ ବାଲେଶ୍ଵର ଜି ଆର ପି ଥାନରେ ୧୧୧/୨୩ ମୂଳେ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ