ବକେୟା ପଇସା ଫେରସ୍ତ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବକେୟା ଟଙ୍କା ଫେରସ୍ତ କରିବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ ବାପା ପୁଅ ମିଶି ଚେନ୍ କ୍ରାଙ୍କ୍ ରେ ଆକ୍ରମଣ କରିବା ଘଟଣାରେ ଉଭୟ କୋର୍ଟଚାଲାଣ ହୋଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି I ଘଟଣାଟି ଘଟିଛି ଗାଙ୍ଗପୁର ଥାନା ତଥା ଧରାକୋଟ ବ୍ଳକ୍ ଡି. ସିଙ୍ଗିପୁର ଗ୍ରାମରେ I ସୁଚନା ପ୍ରକାରେ ଡି. ସିଙ୍ଗିପୁର ଗ୍ରାମର ନାରାୟଣ ନାଇକ(୩୨) ନାମକ ଜଣେ ହରିଜନ ଯୁବକ ଗ୍ରାମରେ ଏକ ପରିବା ଦୋକାନ କରିଛନ୍ତି I କିଛିଦିନ ତଳେ ନାରାୟଣ ସେହି ଗ୍ରାମର ବଳରାମ ଜେନା(୪୬) ଠାରୁ ୫୦୦ ଟଙ୍କା ଧାର ନେଇଥିଲେ I ଗତକାଲି ନାରାୟଣ ବଳରାମ ନିକଟକୁ ତାଙ୍କର ୫୦୦ ଟଙ୍କା ଫେରାଇବା ପାଇଁ ଯାଇଥିଲେ I ସେହି ସମୟରେ ବଳରାମ ନାରାୟଣଙ୍କୁ ୫୦୦ବଦଳରେ ୧୨୦୦ ଟଙ୍କା ମାଗିଥିଲା I କିନ୍ତୁ ନାରାୟଣ ୧୨୦୦ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା I ଏଥିରେ ଉତ୍ତେଜିତ ହୋଇ ବଳରାମ ଏବଂ ବଳରାମର ପୁଅ ସମୀର ଜେନା (୧୮) ଏକ ମୋଟରସାଇକେଲ୍ ଚେନ୍ କ୍ରାଙ୍କ୍ ରେ ନାରାୟଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ I ଫଳରେ ନାରାୟଣ ଗୁରୁତର ଆହତ ହୋଇଥିଲେ I ତାଙ୍କୁ ସଙ୍ଗେ ସଙ୍ଗେ ଆସିକା ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା I ନାରାୟଣ ଗାଙ୍ଗପୁର ଥାନାରେ ଏତାଲା ଦେବା ପାରେ ନାରାୟଣଙ୍କ ଏତାଲାକୁ ଭିତ୍ତିକରି କେଶ୍ ନମ୍ବର୍ ୮୨୪/୨୩ ରେ ଏକ ମାମଲା ରୁଜୁ କରାଯିବା ସହିତ ନାରାୟଣ ହରିଜନ ସମ୍ପ୍ରଦାୟର ହୋଇଥିବାରୁ ଆଟ୍ରୋସିଟି ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା I ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଶ୍ଵମିତ୍ରା ହରପାଲ୍ ଘଟଣାର ତଦନ୍ତ କରୁ୍ଥିବା ବେଳେ ଉଭୟ ନାରାୟଣ ଏବଂ ସମୀରକୁ ଆସିକା କୋର୍ଟଚାଲାଣ କରାଯାଇଥୁବା ପୋଲିସ୍ ସୂତ୍ରରୁ ପ୍ରକାଶ I