ହାଟଡିହିରେ ପଞ୍ଚାୟତ ବିକାଶ ପ୍ରଶିକ୍ଷଣ କର୍ମଶାଳା
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ମିଶନଶକ୍ତି କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପଞ୍ଚାୟତ ବିକାଶ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ କର୍ମଶାଳାରେ ଉପଯୁକ୍ତ ପ୍ରଶିକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଶିବିରରେ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ବ୍ଲକ ସହକାରୀ କୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତ, ଭାରପ୍ରାପ୍ତ ଜିପିଓ ଶରତ କୁମାର ବେଜ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ୱାତୀ ସିଂ, ବି.ପି.ଏମ (ଓ.ଏଲ.ଏମ) ଦେବବ୍ରତ ସାମଲ, ବିପିଏମ (ସ୍ୱାସ୍ଥ୍ୟ) ଚନ୍ଦନ ସାହୁ, ପ୍ରମୁଖ ଯୋଗଦେଇ ପଞ୍ଚାୟତ ବିକାଶ କର୍ମଶାଳା ଉପରେ ମତବ୍ୟକ୍ତ କରିଥିଲେ । ଏଥିରେ ପ୍ରତି ପଞ୍ଚାୟତର ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, କୃଷି, ସାଧାରଣ ବଣ୍ଟନ, ସ୍ୱଚ୍ଛ ପରିମଳ ଭଳି ଅନେକ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ପ୍ରତି ପଞ୍ଚାୟତର ସରପଞ୍ଚ, ପି.ଇ.ଓ, ଜି.ଆର.ଏସ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏମ.ବି.କେ ଓ ପ୍ରତି ପଞ୍ଚାୟତରୁ ଦୁଇଜଣ ଲେଖାଏଁ ଶିକ୍ଷକ, ଶିକ୍ଷୟତ୍ରୀ ଓ କୃଷିବିଭାଗର କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ । ସି.ପି ସୁବ୍ରତ କୁମାର ନାୟକ, ଏସିପି ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


