ବଉଳା ମହାବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ସ୍ଥାନୀୟ ବଉଳା ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଶିବ ଚରଣ ଖମୁରାଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଛାତ୍ରଛାତ୍ରୀ ମାନେ କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ କରାଇବା ସହ ରାଷ୍ଟ୍ର ଗଠନରେ ସାମିଲ ହୋଇପାରିବେ ଏବଂ ଏହି କାର୍ଯ୍ୟକ୍ରମ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ରେ ନୋଡାଲ ଅଫିସର ଭାବେ ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ ପ୍ରତେକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ଯଥା ସଙ୍ଗୀତ, ବକ୍ତୃତା, କ୍ଷୁଦ୍ର ପ୍ରବନ୍ଧ, କ୍ଷୁଦ୍ର କବିତା, ଗଳ୍ପ ଲିଖନ, କ୍ରୀଡା, ସ୍ୱଚ୍ଛତା, ନିଶା ନିବାରଣ, ସାକ୍ଷରତା, ପ୍ଲାଷ୍ଟିକ ମୁକ୍ତ ପରିବେଶ, ବୃକ୍ଷରୋପଣ, ବିପର୍ଯ୍ୟୟ ପରିଚାଳନା, ଅନ୍ଧବିଶ୍ୱାସ ଦୂରୀକରଣ ଆଦି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଜିତେନ୍ଦ୍ର କୁମାର ମହାନ୍ତି, ଉଦୟ କୁମାର ନନ୍ଦ, ସଚିନ୍ଦ୍ର କୁମାର ରାଉତରାୟ, ହୃଦାନନ୍ଦ ପାଣିଗ୍ରାହୀ, ଅଧ୍ୟାପିକା ଲୋପାମୁଦ୍ରା ସା, କ୍ରୀଡା ଶିକ୍ଷକ ହେମନ୍ତ କୁମାର ନାଥ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ