ହାପି ବାର୍ଥ ଡେ ଜନ

ମଡେଲିଂରୁ ନିଜର କ୍ୟାରିଅର ଆରମ୍ଭ କରି ବଲିଉଡରେ ଜଣେ ଦକ୍ଷ ଅଭିନେତା ତଥା ନିର୍ଦ୍ଦେଶକ ଭାବରେ ପରିଚୟ ସୃଷ୍ଟି କରିଥିବା ଦେଶୀ ବୟ ଜନ ଅବ୍ରାହମଙ୍କ ଆଜି ୪୭ତମ ଜନ୍ମଦିନ । ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା –

ହାପି ବାର୍ଥ ଡେ ଜନ

– ଜନଙ୍କର ଜନ୍ମଦିନ ଅବସରରେ ରାତି ୧୨ଟାରେ ସୋସିଆଲ ମିଡିଆରେ ଅଭିନେତାଙ୍କୁ ଫ୍ୟାନ୍ସମାନେ ଶୁଭେଚ୍ଛା ସୁଅ ଛୁଟାଇଛନ୍ତି । ଜନଙ୍କ ପାଇଁ ଥିବା ଭଲ ପାଇବା ଜାହିର କରିଛନ୍ତି ପ୍ରଶଂସକ । ନିକଟରେ ନିଜ ଜନ୍ମଦିନ ଫ୍ୟାନ୍ସଙ୍କ ସହ ସେଲିବ୍ରେଟ କରିଥିଲେ, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

– ଜନ୍ ଅବ୍ରାହମ ୧୯୭୨ ମସିହା ଆଜିର ଦିନରେ କେରଳଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମା ଜଣେ ପାର୍ସୀ ଓ ପିତା ଜଣେ ମାଲାୟମଲାମୀ ଅଟନ୍ତି । ବଲିଉଡକୁ ଆସିବା ପୁର୍ବରୁ ଜନଙ୍କ ନାମ ଫରହାନ ଥିଲା । କିନ୍ତୁ ବଲିଉଡରେ ଏଣ୍ଟ୍ରି କଲାପରେ ସେ ନିଜର ନାମ ପରିବର୍ତନ କରି ଜନ ରଖିଥିଲେ ।

– ଜନ ମଡେଲିଂରୁ ନିଜର କ୍ୟାରିୟର ମ୍ରମ୍ଭ କରିବା ପରେ ୨୦୦୩ ମସିହାରେ ଫିଲ୍ମ ଜିସ୍ମ ମାଧ୍ୟମରେ ବଲିଉଡରେ ଡେବ୍ଲ୍ୟୁ କରିଥିଲେ ।  ମହେଶ ଭଟ୍ଟଙ୍କ ଦ୍ୱାରା ନିର୍ମିତ ଫିଲ୍ମ ଜିସ୍ମ-୨ରେ ଜନଙ୍କୁ ବିପାଶାଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ ଦର୍ଶକ । ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ ହେବା ସହ ଜନଙ୍କୁ ସର୍ବଶ୍ରେଷ୍ଠ ଡେବ୍ୟୁ ଅଭିନେତା ଭାବରେ ସମ୍ମାନୀତ କରାଯାଇଥିଲା ।

– ୨୦୦୪ ମସିହାରେ ଜନଙ୍କ ଅଭିନୀତ ଫିଲ୍ମ ଧୁମକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏହି ଫିଲ୍ମଟିରେ ଜନଙ୍କୁ ଜବରଦସ୍ତ ବାଇକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଥିଲା ।

– ଜନଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ଜିନ୍ଦା , ଗରମ ମସାଲା , ଦୋସ୍ତାନା , ଫୋର୍ସ-୨ , ସତ୍ୟମେବ ଜୟତେ , ପରମାଣୁ , ଢିସୁମ , ବଟାଲା ହାଉସ ବକ୍ସ ଅଫିସରେ ଧମାଲ କରିଥିଲା ।

– ଜନ ଅବ୍ରାହମଙ୍କ ଏବଂ ବିପାସା ବସୁଙ୍କ ଅଫେୟର ସମ୍ପର୍କରେ ସମସ୍ତେ ଅବଗତ । ତେବେ ସେମାନେ ୯ ବର୍ଷ ରିଲେସନରେ ରହିବା ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଗୋଟିଏ ଭୁଲ ଟୁଇଟ୍ ଯୋଗୁ ସମ୍ପର୍କରେ ଆସିଥିଲା ଫାଟ। ତେବେ ଉଭୟଙ୍କ ହଟ୍ ସିନ୍ ସବୁବେଳେ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା।ଏହା ପରେ ବିପାସା କରନ ସିଂଙ୍କୁ ବିବାହ କରିଥିଲେ ।

-ବିପାଶାଙ୍କ ପୁର୍ବରୁ ଜନ ରିୟାଙ୍କୁ ଡେଟ କରୁଥିଲେ । ଋତିକ ରୋଶନ , ଅଭିଷେକ ବଚ୍ଚନ , ଉଦୟ ଚୋପଡା ଜନଙ୍କର ଭଲ ବନ୍ଧୁ ଅଟନ୍ତି ଓ ସେମାନେ ବମ୍ବେ ସ୍କାଁଟିସ ସ୍କୁଲରେ ସାଙ୍ଗ ହୋଇପାଠ ପଢୁଥିଲେ ।

– ଜନ ବଲିଉଡର ଏକମାତ୍ର ଆକ୍ଟର ଅଟନ୍ତି ଯାହାଙ୍କୁ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ନିଜ ବାହାଘରରେ ଡାକିଥିଲେ । ଧୋନୀ ଜନଙ୍କର ବନ୍ଧୁ ଓ ଫ୍ୟାନ ମଧ୍ୟ ଅଟନ୍ତି । ଧୋନୀଙ୍କୁ ଜନଙ୍କର ହେୟାର ଷ୍ଟାଇଲ ବହୁତ ପସନ୍ଦ ଥିବାରୁ ସେ ମଧ୍ୟ ଜନଙ୍କ ପରି ହେୟାର ଷ୍ଟାଇଲ କରନ୍ତି ।

-ତେବେ ଜନଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କିଛି ଦିନ ହେବ ଜନ ନିଜ ଅପକମିଂ ଫିଲ୍ମ ‘ଅଟେକ’ ଏବଂ ‘ସତ୍ୟମେବ ଜୟତେ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଦୁଇଟି ଯାକ ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବ ।

-ଭାଇରାଲ ହେଉଥିବା ଫଟୋରେ ଜନ ଫ୍ୟାନ୍ସଙ୍କ ସହ କେକ କାଟି ନିଜ ଜନ୍ମଦିନ ସେଲିବ୍ରେଟ କରୁଥିବା ନଜର ଆସିଛନ୍ତି । କେକ କାଟି ଜନ ପ୍ରଥମେ ଫ୍ୟାନ୍ସଙ୍କୁ କେକ ଖୁଆଇଛନ୍ତି । ଅଭିନେତାଙ୍କୁ ଫ୍ୟାନ୍ସ ଏକ ଶାଲ ଏବଂ ଏକ ନାଲି ରଂଗର ରାଜସ୍ତାନୀ ପଗଡି ଉପହାର ଦେଇଛନ୍ତି , ଯାହା ସେ ପିନ୍ଧିଥିବା ଦେଖିବାକୁ ମିଳିଛି ।

– ଫ୍ୟାନ୍ସମାନେ ଜନଙ୍କ ପାଇଁ ଯେଉଁ କେକ ଆଣିଥିଲେସେଥିରେ ତାଙ୍କ ଅପକମିଂ ଫିଲ୍ମ ସତ୍ୟ ମେବ ଜୟତେ୨’ର ପୋଷ୍ଟର ରହିଛି ।

– ଏହାପରେ ଗୋଟିଏ ଭୁଲ ଟୁଇଟ୍ ଯୋଗୁ ସମ୍ପର୍କରେ ଆସିଥିଲା ଫାଟ। ତେବେ ଉଭୟଙ୍କ ହଟ୍ ସିନ୍ ସବୁବେଳେ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ