ଦିବ୍ଯତାପେ ଦହନ

ଚରଣେ ଶରଣ
ଦିଅ ହେ ମଣିମା
କୃପା ନେତ୍ରେ ବାରେ ଚାହିଁ,
ବାହୁଡା ବେଳରେ
ବୈଷ୍ଣବାଗ୍ନି ଦେବ
ଏ ପିଣ୍ଡ ଦହନ ପାଇଁ ।

ଜନନୀ ଜଠରେ
ଜଠରାଗ୍ନି ତାପେ
ଏ ପିଣ୍ଡ ଗଢି ଉଠିଲା,
ଭୂମାରେ ପଡିଲା
ସେ ତାପ ଖୋଜିଲା
କୁଆଁ କୁଆଁ ରାବ ଦେଲା ।

ସୃଷ୍ଟିରେ ଉତ୍ତାପ
ସ୍ଥିତିରେ ଉତ୍ତାପ
ପ୍ରଳୟେ ଉତ୍ତାପ ଲୋଡା,
ସବୁ ଉତ୍ତାପରେ
ତୁମେ ବିଦ୍ଯମାନ
ବୈଷ୍ଣବାଗ୍ନି କାହିଁ ଲୋଡା ।

ସବୁଠି ଉତ୍ତାପ
ଅରୂପରେ ଅଛି
ବୈଷ୍ଣବାଗ୍ନି ଦିବ୍ଯରୂପ,
ଏଣୁ ଏ ଅଗ୍ନିର
ପବିତ୍ର ପରସେ
ଏ ରୂପ ଲଭୁ ଅରୂପ ।

ବୈଷ୍ଣବାଗ୍ନି ତାପ
ସ୍ବଭାବେ ଅରୂପ
ତୋ କର୍ମେ ଧରିଛି ରୂପ,
ଏ ରୂପ ଦହନ
ସେ ଅଗ୍ନିରେ ହେଲେ
କ୍ଷୟ କୋଟି ଜନ୍ମ ପାପ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ