ରୁଙ୍ଗଟା ଖଣିକୁ ରାଷ୍ଟ୍ରୀୟ ଖଣି ସୁରକ୍ଷା ସମ୍ମାନ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌):କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ କାର୍ଯ୍ୟ କରୁଥିବା ଓଡିଶାର  ଖଣି ଖନନ ସଂସ୍ଥା ରୁଙ୍ଗଟା ଖଣିକୁ ରାଷ୍ଟ୍ରୀୟ ଖଣି ସୁରକ୍ଷା ସମ୍ମାନ ମିଳିଛି । ଭାରତ ସରକାରଙ୍କ କେନ୍ଦ୍ର ଶ୍ରମ ତଥା କର୍ମ ସଂସ୍ଥାନ ମନ୍ତ୍ରାଳୟ ଓ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ତା ୧୬/୧୨/୨୦୧୯ ରିଖରେ ନୂଆଦିଲ୍ଲୀ ର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ଉତ୍ସବରେ ଭାରତର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାୟୁୁଡୁ   ରୁଙ୍ଗଟା ଖଣି ଅଧିକାରୀଙ୍କୁ ଏହି ରାଷ୍ଟ୍ରୀୟ ଖଣି ସୁରକ୍ଷା ସମ୍ମାନ ପୁରସ୍କାର ପ୍ରଦାନ କରିଥିଲେ । ୨୦୧୫-୧୬ ଦୀର୍ଘ କାଳୀନ ଦୁର୍ଘଟନା ମୁକ୍ତ ବର୍ଗରେ ରୁଙ୍ଗଟା ମାଇନ୍ସ ଲିମିଟେଡର ଜଜାଙ୍ଗ ଆଇରନ୍ ଆଣ୍ଡ ଏମଏନ ମାଇନ୍ସ କୁ  ଏବଂ ସର୍ବନିମ୍ନ ଆଘାତ ବର୍ଗରେ ୨୦୧୫ ବର୍ଷ ପାଇଁ ରୁଙ୍ଗଟା ଖଣିର କୋଇଡା ଖଣି ମଣ୍ଡଳ ଅଧିନସ୍ଥ ନଦିଡିହି ଆଇରନ୍ ଓ ମାଙ୍ଗାନିଜ୍ ଖଣିକୁ ଏହି ଜାତୀୟ ସୁରକ୍ଷା ସମ୍ମାନ ପୁରସ୍କାର ମିଳିଛି । ଜଜାଙ୍ଗ ଖଣି ପକ୍ଷରୁ  ଖଣିର  ଅଧିକାରୀ ଅନୁକୂଳ ଚନ୍ଦ୍ର ବିଶ୍ୱାଳ, ବିନୋଦ ସ୍ୱାଇଁ  ୨୦୧୫ ବର୍ଷ ପାଇଁ ଏବଂ ରାଜେନ୍ଦ୍ର ସିଂ, ଅରୁଣାଶୁଂ ପାଲ ୨୦୧୬ ବର୍ଷ ପାଇଁ  ଓ ନଦିଡିହୀ ଖଣିରୁ  ଅଧିକାରୀ ନିହାର ରଂଜନ ଶତପଥୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ରୁଙ୍ଗଟା ଖଣିର ନିର୍ଦ୍ଦେଶକ ମହେଶ କୁମାର ଦତ, ସିଜିଏମ.  ଡି.ଏନ ପରିଡା, ସିଜିଏମ୍ ସିଏ. କମଲେଶ ରାଏ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଏହି କୃତିତ୍ୱ ପାଇଁ ରୁଙ୍ଗଟା ଗ୍ରୁପ୍ ର ଜଏନ୍ଟ ଭି.ପି. (ମାନବ ସମ୍ବଳ) ରାମୁ ଅଗ୍ରଓାଲ ସମସ୍ତ କର୍ମଚାରୀମାନଙ୍କୁ ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ