ଜିଲ୍ଲା ବୋଇତବନ୍ଦାଣ ସମିତିର ଜିଲ୍ଲା ସ୍ତରୀୟ ପ୍ରତିଯୋଗୀ ସମାବେଶ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ରାଜ୍ୟର ପୁରାତନ ସାସ୍କୃତିକ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୫ତମ ବୋଇତ ବନ୍ଦାଣ ଉତ୍ସବର ଅବ୍ୟବହିତ ପୂର୍ବରୁ ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବିଭାଗରେ ୪ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀ ସମାବେଶ ଅନୁଷ୍ଠିତ ହୋଇଥିଲା । ସମିତିର ସ୍ଥାୟୀ ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ବକ୍ତୃତା, ସଂଗୀତ, ଝୋଟି(ମୁରୁଜ), ମେହେନ୍ଦୀ ପ୍ରଭୃତି ବିଭାଗରେ ଅଂଶଗ୍ରହଣ କରିଥିଲେ । ଏଥିରେ ବିଚାରକ ଭାବରେ ଡଃ. ହିମାଂଶୁ ପରିଡା, ଶ୍ରୀନିବାସ ମହାନ୍ତି, ଜୟଶ୍ରୀ ପତି, ସୁପ୍ରିତି ମଲ୍ଲିକ, ରୋଜାଲିନ ବେହୁରା, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଲକ୍ଷ୍ମୀକାନ୍ତ ନାୟକ, ବୈଷ୍ଣବ ଚରଣ ପ୍ରଧାନ, ଶରତ ଚନ୍ଦ୍ର ଧଳ ପ୍ରମୁଖ ଯୋଗଦେଇଥିଲେ । ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରା, ପ୍ରଫୁଲ୍ଲ ଦାସ, ରବିନାରାୟଣ ମହାନ୍ତି, ଉମାଶଙ୍କର ଜେନା, ସରୋଜ ସାହୁ, ଅମ୍ରିନ ସାହାଦତ, ରାଜେନ୍ଦ୍ର ମହାପାତ୍ର, ଗୋଲେଖ ପଢିଆରୀ, ପ୍ରଭାତୀ ଧଳ, ମୀନତୀ ପ୍ରଭା ସ୍ୱାଇଁ, କମଳାକାନ୍ତ ବେହେରା, ଶ୍ରୀଧର ମହାନ୍ତି, କୃପାସିନ୍ଧୁ ମଲ୍ଲିକ, ବିଭୁଦତ୍ତ ମଲ୍ଲିକ, ଦିପ୍ତୀରେଖା ସ୍ୱାଇଁ, ସୁଶ୍ରୀ ଜୟଶ୍ରୀ ବେହେରା ପ୍ରମୁଖ ସଦସ୍ୟ/ସଦସ୍ୟାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆସନ୍ତା ୨୭ତାରିଖ ବୋଇତ ବନ୍ଦାଣ ଉତ୍ସବ ଅବସରରେ ସ୍ଥାନୀୟ ଟାଉନହଲ ପରିସରରେ ସକାଳ ୯ଟାରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିସହିତ ସକାଳ ୮ଟାରେ ଜଜାଙ୍ଗସ୍ଥିତ ଆଦର୍ଶ ଜେନା ପୋଖରୀରେ ବୋଇତ ବନ୍ଦାଣ ଅନୁଷ୍ଠିତ ହେବ । ସେହିଠାରେ ମହିଳାମାନଙ୍କ ମଧ୍ୟରେ ହୁଳହୁଳୀ ପ୍ରତିଯୋଗିତା ଓ କୁଇଜ ପ୍ରତରିଯୋଗିତା ହେବ ବୋଲି ସଭାପତି ଶ୍ରୀ ବେହୁରା ଓ ସମ୍ପାଦକ ଶ୍ରୀ ଜେନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ