ଟ୍ରକ ମାଲିକ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ତହସିଲ ଅନ୍ତର୍ଗତ ଶ୍ରୀବଣା ଓ ବାହଲପୁର ଏବଂ ପୁରୁଷୋତ୍ତମପୁର ତହସିଲ ଅଧିନସ୍ଥ ବାଲିଆ ନିଲାମ ଘାଟରୁ ବାଲି ଯୋଗାଇବା ଲାଗି ଶୁକ୍ରବାର ଖଲ୍ଲିକୋଟ ର ମା ରାହାଣାଦେବି ଟ୍ରକ ମାଲିକ ସଂଘ , ପାଲୁରୁ ର ମା କାମାକ୍ଷୀ ଟ୍ରକ ମାଲିକ ସଂଘ , ବେଗୁନିଆପଡା ର ଶ୍ରୀ ଶ୍ରୀ ବାବା ଧବଳେଶ୍ଵର ଟ୍ରକ ମାଲିକ ସଂଘ ଓ କୋଦଳାର ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ )ଦେବବ୍ରତ ସାହୁ ଙ୍କୁ ଭେଟି ପ୍ରଦାନ କରିଛନ୍ତି, ଦୀର୍ଘ ଦୁଇ ମାସ ହେଲା କୋଣସି ସରକାରୀ ପ୍ରାପ୍ତ ନିଲାମ ଘାଟ ରୁ ବାଲି ମିଳୁନାହିଁ, ଯାହାଫଳ ରେ ଟ୍ରକ ମାଲିକ ମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେବା ସହିତ ଜନସାଧାରଣ ମାନେ ମଧ୍ୟ ବହୁ ଅସୁବିଧା ରେ ପଡିଯାଇଛନ୍ତି, ଆମ ଓଡିଶା ନବୀନ ଓଡିଶା, ଫାଇବ -ଟି କାମ, ଆବାସ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ର ହିତାଧିକାରୀ ମାନେ ସେମାନଙ୍କ କାମ ଗୁଡିକ ଆଗକୁ ନେଇ ପାରୁନାହାନ୍ତି, ଏଣୁ ଏହି ନିଲାମ ଘାଟ ଗୁଡିକ ରୁ ବାଲି ଯୋଗାଇ ଦିଆଗଲେ ହିତାଧିକାରୀ ମାନେ ଏହାର ସୁବିଧା ପାଇ ପାରିବେ ବୋଲି ସେମାନେ ଉକ୍ତ ଦାବୀ ପତ୍ର ରେ ଦର୍ଶାଇଛନ୍ତି, ଗଞ୍ଜାମ ତହସିଲ ଅନ୍ତର୍ଗତ ଶ୍ରୀବଣା ଓ ବାହଲପୁର ଏବଂ ପୁରୁଷୋତ୍ତମପୁର ତହସିଲ ଅଧିନସ୍ଥ ବାଲିଆ ନିଲାମ ଘାଟ ଉପରେ ଗଞ୍ଜାମ, ଖଲିକୋଟ, ବେଗୁନିଆପଡା, କୋଦଳା, ପୁରୁଷୋତ୍ତମପୁର ବ୍ଲକ ସମେତ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ର ଜନସାଧାରଣ ମାନେ ନିର୍ଭର କରୁଛନ୍ତି, ଏଣୁ ଯଥା ଶୀଘ୍ର ନିଲାମ ଘାଟ ଗୁଡିକ ରୁ ବାଲି ଯୋଗାଇଦେବା ନିମନ୍ତେ ସେମାନେ ଦାବୀ କରିଛନ୍ତି, ଏହା ସହିତ ଜିଲ୍ଲାର ସମସ୍ତ ବାଲି ରେମ୍ପରେ ଧାର୍ଯ୍ୟ କରାଯାଇଥିବା ଦ୍ରବ୍ୟର ଏକକ ମୂଲ୍ୟ ନିରୂପଣ କରିବା, ଲଘୁଜାତ ଖଣିଜ ଦ୍ରବ୍ୟର ପରିବହନ ନିମନ୍ତେ ପ୍ରଣୟନ କରାଯାଇଥିବା ନୂତନ ନିୟମ ଉପରେ ସ୍ପଷ୍ଠୀକରଣ, ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ମୂଲ୍ୟ ସର୍ବସାଧାରଣରେ ଅବଗତ କରାଇବା, ମାଲ ଗାଡି ପରିବହନ ସମୟରେ ପ୍ରଶାସନ ଦ୍ୱାରା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ସମେତ ବିଭିନ୍ନ ଦାବି ସମ୍ପର୍କ ରେ ମଧ୍ୟ ସେମାନେ ଉକ୍ତ ଦାବୀ ପତ୍ର ରେ ଉଲ୍ଲେଖ କରିଛନ୍ତି l ଏହି ଦାବିପତ୍ର ପ୍ରଦାନ ବେଳେ ଖଲ୍ଲିକୋଟ ର ମା ରାହାଣାଦେବି ଟ୍ରକ ମାଲିକ ସଂଘ ର ସଭାପତି ଚକ୍ରପାଣି ରାଉତ,ପାଲୁରୁ ର ମା କାମାକ୍ଷୀ ଟ୍ରକ ମାଲିକ ସଂଘ ର ସଭାପତି ଲିଙ୍ଗରାଜ ପଣ୍ଡା (ବୁଲା )ବେଗୁନିଆପଡା ର ଶ୍ରୀ ଶ୍ରୀ ବାବା ଧବଳେଶ୍ଵର ଟ୍ରକ ମାଲିକ ସଂଘ ର ସଭାପତି ପ୍ରକାଶ ପାଣ୍ଡୀ ଓ କୋଦଳାର ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା ମାନଙ୍କ ସହ ଲିଙ୍ଗରାଜ ମହାପାତ୍ର, ଶିବ ସ୍ୱାଇଁ,ସିମାଞ୍ଚଳ ସାମଲ, ପ୍ରଭାକର ଜେନା, ଦାମ ମହାରଣା ଙ୍କ ସମେତ ବହୁ ଟ୍ରକ ମାଲିକ ଏବଂ ଜନସାଧାରଣ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ