ଅଳେଶ୍ୱର ବେଳାଭୂମି ଦନ୍ତପୁର ମହୋତ୍ସବ ଉଦଘାଟିତ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ପ୍ରାୟଗିଠାସ୍ଥିତ ଅଳେଶ୍ୱର ମନ୍ଦିର ଠାରେ ଅଳେଶ୍ୱର ମନ୍ଦିର ସମୁଦ୍ର ବେଳାଭୂମି ଠାରେ ” ଶ୍ରୀ ଶ୍ରୀ ଶ୍ରୀ ଅଳେଶ୍ୱର ଦନ୍ତପୁର ମହୋତ୍ସବ ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହୋଇଯାଇଛି। ଏହାକୁ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉଦଘାଟନ କରିଛନ୍ତି। ସମ୍ମାନିୟ ଅତିଥି ରୂପେ ଖଲ୍ଲିକୋଟ ବିଧାୟକ ସୂର୍ଯ୍ୟମଣି ବୈଦ୍ୟ, ବ୍ରହ୍ମପୁର ମହାନଗର ମେୟର ସଙ୍ଘମିତ୍ରା ଦଳେଇ, ,ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ, ପାଳୁରଗଡ଼ ଯୁବରାଜ ରଜତ ଚନ୍ଦ୍ର ଗଜେନ୍ଦ୍ର ଦେଓ , ପୁର୍ବତନ ବ୍ଳକ ଅଧ୍ୟକ୍ଷ ସୁରଥ ପାହାନ ,ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ସମିତି ସଭ୍ୟ ଗୀତାଞ୍ଜଳି ବେହେରା, ନାୟବ ସରପଞ୍ଚ ଲିଲି ପଲେଇ, ପୁର୍ବତନ ସମିତି ସଭ୍ୟ ଗଗନ ସ୍ବାଇଁ, ପାଲୁର ରାଣୀ ସାହେବ, ରାଜା ସାହେବ , ଅତିରିକ୍ତ ତହସିଲଦାର (ମୋହନା) ହିମାଂଶୁ ଭୂଷଣ ପଲେଇ ,ସରପଞ୍ଚ ପ୍ରତିନିଧି ବିକ୍ରମ ଦାସ ପ୍ରମୂଖ ଯୋଗ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ଦଳେଇ, ରାମ ପୃଷ୍ଟି, , ଟୁକୁନା ଦଳେଇ, ସତ୍ୟ ନାରାୟଣ ଗୌଡ଼, ମଦନ ଦଳେଇ, ଗଜେନ୍ଦ୍ର ମାଝୀ , ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରକଷ୍ଟାର ଡ଼୍ୟାନ୍ସ, ଭଞ୍ଜକଳା ନିକେତନ, ଆରୀୟନ ଡ଼୍ୟାନ୍ସ ଏକାଡୋମି ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲିକିଥିଲା ମଞ୍ଚ। ଏହା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।ପୂର୍ବ ଉପକୂଳରେ ଦନ୍ତପୁର (ପାଲୁର) ଥିଲା। ପ୍ରାଚିନ ବନ୍ଦର ଯାହାକି ସେହି ଗୌରବ ଅତୀତକୁ ମନେ ପକାଇବା ପାଇଁ ଏହି ମହୋତ୍ସବ ପ୍ରଥମ ଥର ପାଇଁ ଏହା ଆୟୋଜନ କରାଯାଉଛି। ଫଳରେ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଶ୍ରୀ ଶ୍ରୀ ଅଳେଶ୍ୱର ବେଳାଭୂମି ଦନ୍ତପୁର ମହୋତ୍ସବ କମିଟି ତଥା ପ୍ରୟାଗି ଓ ଅରୁଣପୁର ଗ୍ରାମର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେଉଥିବା ବେଳେ ଏହି ମହୋତ୍ସବ ରେ ଜିଲ୍ଲା ଓ ରାଜ୍ୟ ସ୍ତରର ବିଭିନ୍ନ ସାଂସ୍କୃତିକ ଟିମ , ଓ ବିଶିଷ୍ଟ କଣ୍ଠଶିଳ୍ପୀ , ଅଭିନେତ୍ରୀମାନେ ଯୋଗଦେଉଛନ୍ତି। ଆୟୋଜକ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି। ନୂତନ ଧରଣ ଆଲୋକ ସଜା ଓ ଷ୍ଟେଇଜ ବେଶ ଆକୃଷ୍ଟ ହେଇଛି। ବିଭିନ୍ନ ଦିବସରେ ବିଭିନ୍ନ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରବକ ଜନସମାଗମ ଦେଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦବସ୍ତ କରାଯାଇଛି। ଏହା ଦେଖିବା ପାଇଁ ଗଞ୍ଜାମ ବ୍ଳକ ଓ ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ବ୍ଳକରୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା


