ମାଗଣା ସ୍ୱାସ୍ଥ୍ୟ ସେବା ଶିବିର: ୫ ଶହରୁ ଉର୍ଦ୍ଧ୍ୱ ରୋଗୀ ଉପକୃତ
ବନ୍ତ, (ଚାନ୍ଦିନୀ ମହାନ୍ତି):ଶ୍ରୀ ଶ୍ରୀ ସତ୍ୟ ସାଇ ବାବାଙ୍କ ୯୮ତମ ଜନ୍ମ ଜୟନ୍ତୀ ଅବସରରେ ବନ୍ତସ୍ଥିତ ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ସାଇ ସମିତି ବନ୍ତ ଓ ଚାରୁ ସାବିତ୍ରୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫ ଶହରୁ ଉର୍ଦ୍ଧ୍ୱ ରୋଗୀ ଉପକୃତ ହୋଇଥିବା ଜଣାଯାଇଛି । ସମାଜସେବୀ ଡଃ.ସୁଧାଂଶୁ ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଅଭିମନ୍ୟୁ ସେଠୀ ଉଦ୍ଘାଟନ କରିଥିଲେ । ଏଥିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, କମଳାକାନ୍ତ ସାହୁ, ସରେଶ ନାୟକ, ଗୌରାଙ୍ଗ ଚରଣ ଧଳ, ସୁଧିର କୁମାର ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶିବିରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ମାନଙ୍କ ଦ୍ୱାରା ରୋଗୀ ଚିକିତ୍ସା କରାଯିବା ସହ ରୋଗୀଙ୍କୁ ଔଷଧ ଓ ଫଳ ବଣ୍ଟନ କରାଯାଇଥିଲା । ଡା.ପ୍ରିୟ ରଞ୍ଜନ ବାରିକ, ଡା.ପ୍ରଶାନ୍ତ କୁମାର ପରିଡା, ଡା.ମମତା ନାୟକ, ଡା.ରାଧାରମଣ ସାହୁ, ଡା.ଅମିତ୍ କୁମାର ଜେନା, ଡା.ସନ୍ତୋଷ କୁମାର ପୃଷ୍ଟି, ଫାର୍ମାସିଷ୍ଟ ଉଦୟନାଥ ପଣ୍ଡା, ବସନ୍ତ କୁମାର ଜେନା ଯୋଗ ଦେଇ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ ।