ମାଁ ତାରାତାରିଣୀ ଙ୍କୁ ଦର୍ଶନ କରିଛନ୍ତି ୫ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ
ପୁରୁଷୋତ୍ତମପୁରୁ, (ରମେଶ ଚନ୍ଦ୍ର ଗୌଡ଼):ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବିଜେଡି ଦଳରେ ମିଶିବା ପରେ ପ୍ରଥମେ ଗଂଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ତାଙ୍କ ସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସମେତ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ରହି ମା ଙ୍କ ଆଶିଷ ଲାଭ କରିଥିଲେ ଏହି ଅବସରରେ ଆଜି ସାରା ଗଞ୍ଜାମ ଜିଲ୍ଲା ବିଜେଡି ର କର୍ମକର୍ତ୍ତା ଓ କର୍ମୀ ତାରାତାରିଣୀ ମନ୍ଦିର ରେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ତାଙ୍କର ବିଜେଡି ରେ ଯୋଗଦାନକୁ ସ୍ଵାଗତ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ତାରାତାରିଣୀ ପୀଠର ଉନ୍ନତି ପାଇଁ ପରିକଳ୍ପନା କରିଥିଲେ ଭି.କେ ପାଣ୍ଡିଆନ । ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଉଦ୍ୟମ ରେ ତାରାତାରିଣୀ ମନ୍ଦିରର ରୂପାନ୍ତରିତ କାର୍ଯ୍ୟ ହୋଇପାରିଛି। ଦେଶର ଏକ ପ୍ରମୁଖ ଶକ୍ତିପୀଠ ଭାବେ ତାରାତାରିଣୀ ମନ୍ଦିର ପ୍ରସିଦ୍ଧ ଲାଭ କରିଛି। ଅନ୍ୟ ମାନଙ୍କ ମଧ୍ୟରେ ଆସିକା ଲୋକସଭା ସାଂସଦ ପ୍ରର୍ମିଳାବିଷୋୟୀ, ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚାଉପଟ୍ଟନାୟକ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ବିଜେଡି ସାଧାରଣ ସମ୍ପାଦକ ଅଜୟ କୁମାର ମହାରଣା ସମେତ ଗଞ୍ଜାମ ଜିଲ୍ଲାର ପ୍ରାୟ ସମସ୍ତ ବିଧାୟକ, ବିଧାୟିକା, ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ଏନ୍ ଏ ଏସି ଅଧ୍ୟକ୍ଷ, ଅଧ୍ୟକ୍ଷା, ବିଜେଡି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ ।