ଅସହାୟ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ଙ୍କୁ କମ୍ବଳ ଓ ଖାଦ୍ୟ ବଣ୍ଟନ କଲେ ଯୁବ ସମାଜସେବୀ ଙ୍କ ପରିବାର
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଆଜି ପବିତ୍ର କାର୍ତିକପୂର୍ଣ୍ଣିମା ଅବସରରେ କରଞ୍ଜିଆ ରେ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ଓ ଖାଦ୍ୟ ବଣ୍ଟନ କରାଯାଇଛି।କରଞ୍ଜିଆ ର ସମାଜସେବୀ ତଥା ବ୍ୟବସାୟୀ କୋମଳ ଲୋଚନ ସାହା ଙ୍କ ଦ୍ୱାରା ତାଙ୍କ ସହଧର୍ମିଣୀ ଗୁଡ଼ିୟା ସାହା ଓ ପୁତ୍ର ଓମ ସାହା କରଞ୍ଜିଆ ଓ ଏହାର ଆଖପାଖ ଅଞ୍ଚଳ ର ଅସହାୟ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ଙ୍କୁ କମ୍ବଳ ଓ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୩ ହଜାର ଲୋକଙ୍କୁ କମ୍ବଳ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା।ଦିନ ଯାକ ବୃଦ୍ଧ ବୃଦ୍ଧା ଙ୍କ ଗହଳି ବଣ୍ଟନ ସ୍ଥଳରେ ଲାଗିଥିବା ଦେଖାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ସୁରଜ ବେରା, ରବି ନାଏକ, ଗୋପାଲ ବେରା,ପୂଜା ରାଉଳ, ଚିନା ବେରା,ରଜତ କୁମାର କର, ରାହୁଲ ନାଏକ, ଟିରା ବାରିକ, ପାଣ୍ଡେ ନାଏକ, ପୂର୍ଣ୍ଣ ବାରିକ ପ୍ରମୁଖ ସହଯୋଗ କରିଥିଲେ।ଏହି ମହତ କାର୍ଯ୍ୟ ନିମନ୍ତେ ବୃଦ୍ଧ ବୃଦ୍ଧା ମାନେ ସମାଜସେବୀ କୋମଳ ଲୋଚନ ସାହା ତାଙ୍କ ସହଧର୍ମିଣୀ ଗୁଡ଼ିଆ ସାହା ଙ୍କୁ ଅଶେଷ ଧନ୍ୟବାଦ ଦେବା ସହିତ ତାଙ୍କୁ ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳିଥିଲା ।ଶ୍ରୀଯୁକ୍ତ ସାହା ଓ ତାଙ୍କ ପରିବାର ର ଏହି ସେବାକାର୍ଯ୍ୟ କୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି ।