ଅଣସଙ୍ଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ (କେ,କେ,ସି) ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ଆଜି ରବିବାର ଜାତୀୟ କଂଗ୍ରେସ ର ପ୍ରମୁଖ ବିଭାଗ ଅଣସଙ୍ଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ର ବାଲେଶ୍ୱର ଜିଲ୍ଲା ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ଅଧ୍ୟକ୍ଷ ବିକାଶ କୁମାର ଦାସ ଙ୍କ ଅଧ୍ୟକ୍ଷତା ରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଥିଲା।ଏହି ବୈଠକରେ ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେଇ କହିଲେ କି ଆଜିର ସମ୍ବିଧାନ ଦିବସରେ ଆମ୍ଭେ ସମସ୍ତେ ଶପଥ ପାଠ କରିଦେଲେ ହେବନାହିଁ ସମ୍ବିଧାନ ଭିତରେ ଥିବା ଶ୍ରମିକ ଓ କର୍ମଚାରୀ ମାନଙ୍କ ସାମ୍ବିଧାନିକ ଅଧିକାର ପାଇଁ ସ୍ୱରୁତ୍ତଳନ କରିବା ସହିତ ଶ୍ରମ ଆଇନ କୁ ଦିଗହରା କରୁଥିବା ଶାସକ ଓ ପ୍ରଶାସକ ବିରୁଦ୍ଧରେ ଏକତ୍ରିତ ହୋଇ ଲଢେଇ ଲଢେଇ କରିବାର ସମୟ ଆସିଛି, ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଦାସ ପୁନର୍ଗଠିତ କର୍ମକର୍ତା ମାନଙ୍କୁ ସ୍ୱାଗତ କରିବା ସହିତ ବ୍ଲକ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ହେଉ ଥିବା ଦୁର୍ନୀତି ବିରୋଧରେ ସଂଗଠିତ ହେବାକୁ ଆହ୍ବାନ ଦେଇଥିଲେ,ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି,କେ,କେ,ସି ର ରାଜ୍ୟ ଉପାଧ୍ୟକ୍ଷା ଜୋତ୍ସ୍ନା ସନେପତି,ଜିଲ୍ଲା ମହିଳା କଂଗ୍ରେସ ର ଜିଲ୍ଲା ସଭାନେତ୍ରୀ ପ୍ରଜ୍ଞା ପରମିତା ମହାନ୍ତି,ଜିଲ୍ଲା କିଷାନ ସଭାପତି ଜୟନ୍ତ ମହାପାତ୍ର,ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଜିଲ୍ଲା କଂଗ୍ରେସ ମୁଖପାତ୍ର ସୁଧାଂଶୁ ଜେନା,ପ୍ରମୁଖ ଉଦବୋଧନ ଦେଇ କହିଲେ କି କେନ୍ଦ୍ର ଓ ରାଜ୍ୟ ସରକାର ସାମ୍ବିଧାନିକ ଅଧିକାର କୁ ଖିଲାପ କରିବା ସହିତ ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଦୁର୍ନିତ,ଭ୍ରଷ୍ଟାଚାର ଶିଳ୍ପପତି ମାନଙ୍କୁ ଅନୁକମ୍ପା ଦେଖାଇବା ସହିତ ସାଧାରଣ ଜନତା ପ୍ରତି ବିରୋଧଭାସ କୁ ପ୍ରତିହତ କରିବାକୁ ହେଲେ କଂଗ୍ରେସ ସମସ୍ତଙ୍କୁ ଏକତ୍ରିତ କରି ଜନ ଆନ୍ଦୋଳନ କଲେ ଦେଶ ଓ ଜାତି ଅଗ୍ରସର ହୋଇପାରିବ।ଅନ୍ୟ ମାନଙ୍କ ମଧ୍ୟରେ ସୁଶାନ୍ତ ସାହୁ,ଜୀବନ ବାରିକ,ନିରଞ୍ଜନ ବେହେରା,ରବୀନ୍ଦ୍ର ଦାସ,ବିନତି ବାରିକ,ଗୋପୀନାଥ ପାଢ଼ୀ,ସୁବ୍ରତ ଧଡ଼ା,ନିଶାକର ବେହେରା,ସସ୍ମିତା ପାତ୍ର,କୁମୁଦିନ ଦାସ,ବାସନ୍ତୀ ସାମଲ,ଅରୁଣ ମଣ୍ଡଳ,ପ୍ରଫୁଲ୍ଲ ବଳବନ୍ତ ରାୟେ,ଗୁରୁଚରଣ ରାଉତ,ବଲାଇ ଦାସ,ଚକ୍ରଧର ମହାନ୍ତି,ତରୁଣ ଦାସ,ବାସନ୍ତୀ ନାୟକ,ଆଶିଷ ପାତ୍ର,ସଞ୍ଜୁ ଲତା ବେହେରା,ସୁରିୟା ସରେନ,ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


