ଅଗ୍ନିକାଣ୍ଡ ରେ ୯ ବଖରା ଘର ପୋଡି ପାଉଁଶ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ପଞ୍ଚାୟତର ପଡିଆଭଙ୍ଗା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ ଟି ପରିବାରର ୯ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଖବରପାଇ ବୁଗୁଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଘର ଗୁଡିକ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଶିବ ଗୌଡ଼, ଜଗନ୍ନାଥ ପ୍ରଧାନ, ସଇନ୍ଦ୍ରି ପ୍ରଧାନ, ମାମିନି ପ୍ରଧାନ, ରବୀ ଦାସ, ସଚ୍ଚିତାନନ୍ଦ ଦାସ, କାଳୁ ଚରଣ ଦାସ, ବନମାଳୀ ପ୍ରଧାନଙ୍କ ଗୃହ ସହ ସମସ୍ତ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି। ପ୍ରଥମେ ଜଗନ୍ନାଥ ପ୍ରଧାନଙ୍କ ଘରୁ ନିଆଁ ବାହାରି ଚାରିଆଡେ ବ୍ୟାପିଯାଇଥିଲା ବେଳେ ଲୋକେ ବହୁ ଚେଷ୍ଟା କରି ମଧ୍ୟ ନିଆଁକୁ ଆୟତ କରିପାରିନଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରିରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ