ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଦାରୁଭଦ୍ରା ଗ୍ରାମର ଜୈନିକ ଵ୍ୟକ୍ତିଙ୍କ ଘରର ବାରିପଟୁ ଗୁରୁବାର ସକାଳୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ହିଞ୍ଜିଳି ଥାନା ଦାରୁଭଦ୍ରା ଗ୍ରାମର ଜୈନିକ ମହିଳା ଘର ବାରିପଟ ଝାଡୁ କରୁଥିବା ବେଳେ ନିକଟସ୍ଥ ଏକ ଖତଗଦାରେ ଏକ ଶିଶୁ କନ୍ୟାର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ I ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକଙ୍କ ଗହଳି ଲାଗିଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି I ଶିଶୁକନ୍ୟା ଜନ୍ମକୁ ନେଇ ଅଣଦେଖା ନା ଅବୈଧ ସଂପର୍କରୁ ଏଭଳି ଘଟିଛି ନା ମହିଳା ଜଣକ ମୃତ ଶିଶୁକୁ ଜନ୍ମଦେଇ ଏଭଳି ଫୋପାଡି ହେଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ। ପୋଲିସ ଶିଶୁର ମୃତଦେହ ଜବତ କରି ତଦନ୍ତ ଚଳାଇଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୩୭/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ପୁଲିସ ତଦନ୍ତ ଚଳାଇଛି । ପ୍ରକାଶ ଥାଉକି, ବେଟି ବଚାଅ, ବେଟି ପଢାଅ ସଚେତନତା ବୃଦ୍ଧି କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନ ସଚେତନତା ସୃଷ୍ଟି କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । କନ୍ୟା ଭୃଣ ହତ୍ୟା ରୋକିବା ପାଇଁ ସରକାର କଡା ଆଭିମୁଖ୍ୟ ଗ୍ରହଣ କରୁଥିବା ବେଳେ କେହି କନ୍ୟା ସନ୍ତାନ ଜନ୍ମ ଦେବା ପରେ ଫୋପାଡି ଦେଇଛି ନା ଶିଶୁଟି ଜନ୍ମ ପରେ ମୃତ୍ୟୁ ସୋଇଥିବାରୁ ମୃତ ଶିଶୁକନ୍ୟାକୁ ଫୋପାଡି ଦେଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନୈତିକ ସମ୍ପର୍କରୁ ଏଭଳି ଘଟଣା ଥିବାରୁ ଶିଶୁକନ୍ୟାକୁ ଫୋପାଡି ଦେଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି। ଘଟଣା ନେଇ ହିଞ୍ଜିଳିକାଟୁ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗାଙ୍ଗୀ ସୁବୁଦ୍ଧିଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ