ସୁସ୍ଥ ସମାଜ ପାଇଁ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ବେଳାଭୂମି ପଦଯାତ୍ରା କାର୍ଯ୍ୟକ୍ରମ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ୩୪ତମ କୋଣାର୍କ ଉତ୍ସବ ଅବସରରେ କୋଣାର୍କ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ବେଳାଭୂମି ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ସାମ୍ବାଦିକ ସଂଘର ସଭାପତି ଜ୍ୟୋତି ରାଜ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଚନ୍ଦ୍ରଭାଗା ଠାରେ ଅନୁଷ୍ଠିତ ବେଳାଭୂମି ପଦଯାତ୍ରା କାର୍ଯ୍ୟକ୍ରମରେ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ, ଚମ୍ପାହର ଅଗ୍ନିଶମ ଅଧିକାରୀ ଜ୍ୟୋତି ପ୍ରକାଶ ରଥ, କୋଣାର୍କ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା, ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତି, କୋଣାର୍କ ଏନଏସି କାଉନସିଲର ବିଶ୍ବମ୍ବର ବିଶ୍ବାଳ, ପ୍ରେସ କ୍ଲବର ସଭାପତି ଧନଞ୍ଜୟ ବେହେରା ଓ କୋଣାର୍କ ଆୟୁଷ ଡାକ୍ତର ବିଧୁଭୁଷଣ ନାୟକ ପ୍ରମୁଖ ଯୋଗଦେଇ ବେଳାଭୂମି ପଦଯାତ୍ରାରେ ଯୋଗଦାନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ସ୍ବଚ୍ଛ କୋଣାର୍କ ସବୁଜ କୋଣାର୍କ, ସ୍ବଚ୍ଛ ବେଳାଭୂମି ସୁରକ୍ଷିତ ପର୍ଯ୍ୟଟନର ବାର୍ତ୍ତା ନେଇ ପୁରୁଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବେଳାଭୂମି କୂଳରେ ଚନ୍ଦ୍ରଭାଗା ନୋଳିଆ ସାହି ପର୍ଯ୍ୟନ୍ତ ବେଳାଭୂମି କୂଳରେ ସ୍ବଚ୍ଛତା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ବେଳାଭୂମି ପଦଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ସାମ୍ବାଦିକ ସଂଘର ଉପସଭାପତି ଭାଗୀରଥୀ ସ୍ଵାଇଁ, ସଂପାଦକ ମନୋରଞ୍ଜନ ପଣ୍ଡା, ଅଜିତ କୁମାର ମଲ୍ଲିକ, ସ୍ବାଧୀନ ନାୟକ, ଗଣେଶ ଚନ୍ଦ୍ର ବେହେରା , ପ୍ରତାପ କାଣ୍ଡି, ପ୍ରଦୀପ କୁମାର ଛାଟୋଇ, ସୁକାନ୍ତ କୁମାର ବିଶ୍ବାଳଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।


