ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):କୁକୁଡାଖଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା ଉଦଘାଟନ କରିଥିଲେ l ବ୍ଲକ ର ବିଭିନ୍ନ ଭିନ୍ନକ୍ଷମ ଛୋଟ ରୁ ବୃଦ୍ଧ ବ୍ୟକ୍ତି ମାନେ ଉପସ୍ଥିତ ରହି ନିଜର ପଞ୍ଜିକରଣ କରାଇଥିଲେ l ବସ, ଟ୍ରେନ ପାସ ପାଇଁ ମଧ୍ୟ ପଞ୍ଜିକରଣ ହୋଇଥିଲା l ଏହି ସଭା ରେ ବିଡିଓ ପଲ୍ଲବୀ ସ୍ୱାଇଁ,ତହସିଲଦାର ସପନ କୁମାର ସାହୁ,ବିଏସଏସଓ ମନୋଜ ପ୍ରଧାନ, ବରିଷ୍ଠ କିରାଣୀ ସାହେବ ଶବର, ଭିନ୍ନକ୍ଷମ ନେତା କେ ମଣିବାବୁ ଙ୍କ ସହ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ଭୀମ ଭୋଇ ସାମର୍ଥ ଶିବିରରେ ୪୫୬ ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିଲେ l ୩୩ ଗୋଟି ୩ ଛକିଆ ବିଶିଷ୍ଟ ସାଇକେଲ,ଆଶା ବାଡ଼ି ୧, ହୁଇଲ ଚେୟାର ୩, ବସ ପାସ ୧୩୯, ଟ୍ରେନ ପାସ ୧୧୩ ବଣ୍ଟନ କରାଯାଇଥିବା ସୂଚନା ଦେଇଛନ୍ତି ବି ଏସ ଏସ ଓ ଶ୍ରୀ ପ୍ରଧାନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ