ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ
କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ଆଙ୍କୁଶପୁର ସ୍ଥିତ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ରେ ଗୁରୁବାର ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି I ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରି ସରକାରଙ୍କ ଏଭଳି ଯୋଜନାକୁ ପ୍ରଶଂସା କରିଥିଲେ l ଅଧିକ ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେ ଆହ୍ବାନ ଦେଇଥିଲେ l ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଡା. ବିପିନ୍ ବିହାରୀ ଖୁଣ୍ଟିଆ ସଭାରେ ଅଧ୍ଯକ୍ଷତା କରିଥିଲେ ଏବଂ ଡା. ବିମଳ କୁମାର ପଣ୍ଡା ଉପାଧିକ୍ଷକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଯୋଜନା ସମ୍ପର୍କରେ କହିଥିଲେ l କାର୍ଯ୍ୟକ୍ରମର ନୋଡାଲ୍ ଅଫିସର ଡ଼ା.ଘସିରାମ ସାହୁ ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ତା. ୩୦.୧୧.୨୦୨୩ ରିଖ ଠାରୁ ତା.୦୭.୧୨.୨୦୨୩ରିଖ ପର୍ଯ୍ୟନ୍ତ ଚାଲୁରହିବ l ଏହି ପରିପେକ୍ଷୀରେ ମହାବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ତଥା ସେମାନଙ୍କ ନିମନ୍ତେ ପୂର୍ବାହ୍ନରେ ଏକ ଓରିଆନଟେଶନ କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଡା. ପଣ୍ଡା, ଉପାଧିକ୍ଷକ ନୂତନଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟ ତଥା ଆୟୁର୍ବେଦ ସମ୍ୱନ୍ଧରେ ଅବଗତ କରାଇଥିଲେ l ସ୍ଵାଗତ ସଭାରେ କୁକୁଡାଖଣ୍ଡି ତହସିଲଦାର ଶ୍ରୀଯୁକ୍ତ ସପନ କୁମାର ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅନେକ ଉପଦେଶ ମାଧ୍ୟମରେ ଜଣେ ଭଲ ଚିକିତ୍ସକ ହେବାପାଇଁ ଆହ୍ବାନ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଡା. ସ୍ୱପ୍ନା ସ୍ବୟଂପ୍ରଭା ସଭା ସଂଯୋଜନା ଓ ଡା. ଅଶଂମାନ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ତଥା ପ୍ରଫେସର ଡା.ଚିନ୍ବୟ ଭବାନୀ ପ୍ରସାଦ, ଡା.ପ୍ରଦିପ୍ତ ସିଂ, ଡା. ନିବେଦିତା ମହାପାତ୍ର, ଡା. ପ୍ରଭାକର ସାମଲ, ଡା.ସୌଭାଗ୍ୟ କୁମାର ମହାଲିକ, ଡା.ସୁବ୍ରତ କୁମାର ଓଝା, ଡା. ବିଶ୍ରିତା, ତା.ମୁକୁନ୍ଦ, ତା.ଅଶ୍ବିନୀ, ଡା.ରୋହିତ୍, ଡା. ରାଜେଶ୍, ଡା. ସ୍ଥିତପ୍ରଜ୍ଞା, ଡା.ସ୍ମୃତି, ଡା. ସତାବ୍ଦି, ଡା. ଶୁଭଲକ୍ଷ୍ମୀ, ଡ଼ା. ଜିତେନ୍ଦ୍ର, ଡା. ନିରୋଜ, ଡା. ବିଭୁ, ଡ଼ା. ନିଲମ୍ବର, ଡା. ବିନୋଦ ଆଦି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ l


