କରଞ୍ଜିଆ ବନବିଭାଗ ତରଫରୁ ବନ୍ୟଜନ୍ତୁ ସୁରକ୍ଷା ଓ ବନାଗ୍ନୀ ସୁରକ୍ଷା ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ର କରଞ୍ଜିଆ ବନାଞ୍ଚଳ ର ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ କରଞ୍ଜିଆ ବନବିଭାଗ ତରଫରୁ ବନ୍ୟଜନ୍ତୁ ସୁରକ୍ଷା ଓ ବନାଗ୍ନୀ ସୁରକ୍ଷା ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଦେଖିବାକୁ ମିଳିଛି।କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଙ୍କ ନିର୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବନ ବିଭାଗ ତରଫରୁ ବିଭିନ୍ନ ଗ୍ରାମରେ ସ୍ଥାନୀୟ ଜଙ୍ଗଲ ସୁରକ୍ଷା କମିଟି,ଗଜସାଥି,ୱାର୍ଡ ମେମ୍ବର, ସରପଞ୍ଚ, ସ୍ୱୟଂ ସହାୟିକା ଗୋଷ୍ଠି,ଗ୍ରାମବାସୀ ଙ୍କୁ ନେଇ ଜଙ୍ଗଲ ସୁରକ୍ଷା, ହସ୍ତୀ ସୁରକ୍ଷା, ଅନ୍ୟ ବନ୍ୟଜନ୍ତୁ ଙ୍କ ସୁରକ୍ଷା,ବିଦ୍ୟୁତ ଆଘାତ ରେ ବନ୍ୟଜନ୍ତୁ ଓ ସାଧାରଣ ନାଗରିକ ଙ୍କ ଆକସ୍ମିକ ହେଉଥିବା ଦୁର୍ଘଟଣା, ବନାଗ୍ନୀ ନିବାରଣ ନିମନ୍ତେ ସଭା, ପଥପ୍ରାନ୍ତ ନାଟକ, ମାଇକ ଯୋଗେ ପ୍ରଚାର ମାଧ୍ୟମ ରେ ବ୍ୟାପକ ଭାବେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟସରକାର ଇତି ମଧ୍ୟରେ ଜଙ୍ଗଲୀ ଜନ୍ତୁ ଙ୍କ ଆକ୍ରମଣ ରେ କୌଣସି ଲୋକଙ୍କ ମୃତ୍ୟ ହେଲେ ପୂର୍ବରୁ ଥିବା ଅନୁକମ୍ପା ରାଶି ଚାରି ଲକ୍ଷ କୁ ବୃଦ୍ଧି କରିଏବେ ୬ ଲକ୍ଷ୍ ଟଙ୍କା କୁବୃଦ୍ଧି କରିଛନ୍ତି ଗାଈ କିମ୍ବା ମହିଷୀ ଙ୍କ ମୃତ୍ୟ ର ଅନୁକମ୍ପା ରାଶି ୩୨,୫00 ଟଙ୍କା ।ଧାନ ଏକର ପ୍ରତି କ୍ଷତି ଅନୁକମ୍ପା କୁ ବୃଦ୍ଧି କରି ଏବେ ୨0 ହଜାର ଓ ଅର୍ଥକାରୀ ଫସଲ ର ଅନୁକମ୍ପା ରାଶି ଏକର ପ୍ରତି ୨୫ ହଜାର କୁ ବୃଦ୍ଧି କରିଛନ୍ତି ଏସବୁ କ୍ଷତି ଜନିତ ଅନୁକମ୍ପା ରାଶି ଅନଲାଇନ ଆବେଦନର ସାତ ଦିନ ମଧ୍ୟରେ ସର୍ଭେ କରାଯାଇ ତ୍ୱରିତ ଅନୁକମ୍ପା ରାଶି ଆବେଦନକାରୀ ଙ୍କ ବ୍ୟାଙ୍କ ଖାତାରେ ଏକ ମାସ ମଧ୍ୟରେ ପ୍ରଦାନ କରାଯାଉଥିବା ଓ ବନ୍ୟଜନ୍ତୁ ସୁରକ୍ଷା ଓ ବନାଗ୍ନୀ ସୁରକ୍ଷା ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ପ୍ରକାଶ କରିଛନ୍ତି।ଏହି ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କରଞ୍ଜିଆ ବନପାଳ ସୁରମୋହନ ବେହେରା, ବନରକ୍ଷୀ ରଶ୍ମିତା ବାରିକ, ବୀଣାପାଣି ଗିରି, ପ୍ରମିଳା ମହାନ୍ତ ଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ହୋଇ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି ।


