ହିଞ୍ଜିଳିକାଟୁ ସହରରେ ଦିନତମାମ ବିଦ୍ୟୁତକାଟ୍ , ଅଞ୍ଚଳବାସୀ ହନ୍ତସନ୍ତ

ହିିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍ /ଶେଷଦେବ ସାହୁ) : ମଙ୍ଗଳବାର ଦିନତମାମ ବିଦ୍ୟୁତ କାଟ୍ ଯୋଗୁଁ ହିଞ୍ଜିଳିକାଟୁ ସହରବାସୀ ନାହିଁ ନଥିବା ହଟହଟାର ସମ୍ମୁଖୀନ ହୋଇଛନ୍ତି । ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏଁ ବିଦ୍ୟୁତ କାଟ କରାଯାଇଥିଲା । ଫଳରେ ଦିନ ତମାମ ଅଧିକାଂଶ ଘରେ ପାଣି ଟୋପେ ନଥିଲା । ସହରର ପ୍ରାୟ ୭୦ ପ୍ରତିଶତରୁ ଅଧିକ ପରିବାର ଜନସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ଉପରେ ନିର୍ଭର କରୁଛନ୍ତି । ପ୍ରତିଦିନ ପରି ଆଜି ଲୋକେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଣ କରାଯାୁଥିବା ପାନୀୟ ଜଳକୁ ଅପେକ୍ଷା କରିଥିଲେ । ସକାଳ ୯ଟାରୁ ବିଦ୍ୟୁତ ବିଛିନ୍ନ କରାଯିବା ଯୋଗୁଁ ସ୍ଥାନୀୟ ପୌରାଂଚଳର ପ୍ରାୟ ସମସ୍ତ ୱାର୍ଡ଼ରେ ଅବସ୍ଥାପିତ ଷ୍ଟାଣ୍ଡ ପାଇପ କିମ୍ବା କୌଣସି ଘରେ ପାଣି ପଂହଚି ପାରିନଥିଲା । ଅଧିକାଂଶ ଘରର ପାଣିଟାଙ୍କିରେ ପାଣି ନଥିଲା । ବିଦ୍ୟୁତ ସରବରାହ ନଥିବା ଯୋଗୁଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟଜଳ ଯୋଗାଣ ହୋଇପାରି ନଥିଲା । ପାନୀୟ ଜଳ ଯୋଗାଣ ହୋଇନପାରିବାରୁ ମହିଳା ମାନେ ରୋଷେଇ କରିପାରିନଥିଲେ । ଦିନତମାମ ଏପରି ଚରମ ସମସ୍ୟା ଲାଗିରହିବା ଯୋଗୁଁ ପୌରାଂଚଳବାସୀ ପାଣି ପାଇଁ ଡ଼ହଳ ବିକଳ ହୋଇଥିଲେ । ଏଥିନେଇ ପୌରାଂଚଳର ଜନସାଧାରଣଙ୍କମନରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା । ସାଧାରଣ ଲୋକଙ୍କୁ ପାନୀୟ ଜଳ ଯୋଗାଇବାରେ ରାଜ୍ୟ ତଥା କେନ୍ଦ୍ର ସରକାର ପ୍ରତିଶୃତିବଦ୍ଧ ହୋଇଥିବା ବେଳେ ଏଠାରେ ବିଦ୍ୟୁତ ସଙ୍କଟ ଯୋଗୁଁ ଅଧିକାଂଶ ସମୟ ଲୋକଙ୍କ ଜୀବନଚଳନ କଷ୍ଟକର ହୋଇପଡ଼ୁଛି । ସାଧାରଣ ଲୋକେ ପାଣି ପାଇବା ପରେ ଅର୍ଥାତ ଦିନ ୧୦ଟା ପରେ ମରାମତି ପାଇଁ ବିଦ୍ୟୁତ କାଟ୍ କରିଥିଲେ କୌଣସି ଅସୁବିଧା ହୋଇନଥାନ୍ତା । ଲୋକଙ୍କ ଆବଶ୍ୟକତାକୁ ପଛରେ ପକାଇ ବିଦ୍ୟୁତ ବିଭାଗର ଏପରି ମନମୂଖୀ ନୀତି ଯୋଗୁଁ ସହରବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପାନୀୟ ଜଳ ସମସ୍ୟା ସହ ମଙ୍ଗଳବାର ସରକାରୀ କାର୍ଯ୍ୟ ଦିବସ ଥିବା ଯୋଗୁଁ ବିଦ୍ୟୁତ କାଟ୍ ଯୋଗୁଁ ସମସ୍ତ ସରକାରୀ କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା । ସମସ୍ତ ସରକାରୀ କାମକ୍ମ୍‌୍ୟୁଟର ଓ ଅନ୍‌ଲାଇନ ଉପରେ ନିର୍ଭର କରୁଥିବାରୁ ବିଦ୍ୟୁତ ଅଭାବରୁ ଏହି ସବୁ କାମ ବନ୍ଦ ହୋଇଯାଇଥିଲା । ସେହିପରି ବ୍ଳକ, ପଂଚାୟତ, ଧାନମଣ୍ଡି ପାଇଁ ଆସିଥିବା ଚାଷୀଙ୍କନାମ ପ୍ରସ୍ତୁତ ପ୍ରକିୟା ଅନଲାଇନ କାମ ଅଚଳ ହୋଇ ପଡ଼ିଥିଲା । ବିଦ୍ୟୁତ ବିଭାଗ କିମ୍ବା ଗ୍ରୀଡ଼- ସବ୍‌ଷ୍ଟେସନ ବିଦ୍ୟୁତ ମରାମତି ନାମରେ ଦୀର୍ଘ ୯ ଘଂଟାରୁ ଅଧିକ ସମୟ ଧରି ବିଦ୍ୟୁତ କାଟ୍ କରିବା କେତେଦୁର ଯୁକ୍ତିଯୁକ୍ତ ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ପ୍ରକାଶ ଥାଉକି, ନଭେମ୍ବର ମାସରେ ମଧ୍ୟ ବିଦ୍ୟୁତ ମରାମତି ନାମରେ ସ୍ଥାନୀୟ ଅଂଚଳରେ ୨ଥର ୧୦ ଘଂଟାରୁ ଅଧିକ ସମୟ ବିଦ୍ୟୁତ କାଟ୍ କରାଯାଇଥିଲ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ