ଆତ୍ମଘୋଷିତ ବାବାଙ୍କ କଳା କାରନାମା,ସ୍କୁଲ ରେ ତାଲା ପକାଇଲେ ଅଭିଭାବକ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଦୁଡୁଗାଁ ନିତ୍ୟାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେହି ଗ୍ରାମର ଜଣେ ଆତ୍ମ ଘୋଷିତ ବାବାଙ୍କ କଳା କାରନାମାକୁ ନେଇ ସ୍କୁଲ ରେ ତାଲା ପକାଇଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ ଦୁଡୁଗାଁ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋଟିଏ ସ୍ଥାନରେ ଅବସ୍ଥିତ। ଦୁଡୁଗାଁ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ଗତ୪ମାସ ହେଲା ଜଣେ ସହାୟିକା ନିଯୁକ୍ତ ହୋଇଥିଲେ। ଗତ ଦୁଇମାସ ହେଲା ସମ୍ପୃକ୍ତ ସହାୟିକାଙ୍କ ଶ୍ୱଶୁର ବୋହୁଙ୍କ ସହିତ ସ୍କୁଲ ଯାଇ ଜୋର ଜବରଦସ୍ତ ରୋଷେଇ କରିଥିଲେ। ଏହାକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିରୋଧ କରିଥିଲେ ମଧ୍ୟ କିଛି ଗ୍ରାମବାସୀ ଉକ୍ତ ବାବାଙ୍କୁ ସମର୍ଥନ କରିବାରୁ ଶିକ୍ଷକ ମାନେ ନିରବ ରହିଥିଲେ। ସ୍କୁଲ ଯିବା ଭିତରେ ଆତ୍ମ ଘୋଷିତ ବାବାଙ୍କ ଅସଲ ଉଦେଶ୍ୟ ବାହାରିଥିଲା। ନିୟମିତ ବାବା ଜଣକ ଗେଲ୍ହ ହେବା ବାହାନାରେ ଛାତ୍ରୀ ମାନଙ୍କୁ ଅଶ୍ଳିଳ ଇଙ୍ଗିତ କରିଆସୁଥିଲେ। ଏଥିରେ ବିଦ୍ୟାଳୟ ର ଛାତ୍ରୀ ମାନେ କୌଣସି ବିଶେଷ ଗୁରୁତ୍ୱ ଦେଇ ନଥିଲେ। କିନ୍ତୁ ଗତ ଶୁକ୍ରବାର ଦିନ ଏହି ବାବା ଜଣକ ବିଦ୍ୟାଳୟ ପରିସରରେ ଜଣେ ଛାତ୍ରୀଙ୍କ ପ୍ରତି ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରି ଖରାପ ଉଦ୍ଦେଶ୍ୟ ରଖି ତାଙ୍କ ସମ୍ବେଦନଶୀଳ ସ୍ଥାନକୁ ଛୁଇଁ ଥିଲେ। ଏଥିରେ ଛାତ୍ରୀ ଜଣକ ବିରୋଧ କରିବା ସହିତ ପ୍ରଧାନଶିକ୍ଷକ ଙ୍କୁ ଜଣାଇଥିଲେ। ସେହିଦିନ ଠାରୁ ଛାତ୍ରୀ ଜଣକ ସ୍କୁଲ ଆସିବା ମଧ୍ୟ ବନ୍ଦ କରି ଦେଇଛନ୍ତି। ଭୟରେ ଓ ଲୋକଲଜ୍ୟା କୁ ନେଇ ଥାନାରେ ଅଭିଯୋଗ କରି ନଥିଲେ। ଏପରି ଘଟଣାକୁ ନେଇ ଛାତ୍ରଛାତ୍ରୀ ଙ୍କ ମନରେ ଅସନ୍ତୋଷ ଲାଗି ରହିଥିଲା। ଏନେଇ ଛାତ୍ରଛାତ୍ରୀ ମାନେ ଘରେ ନିଜ ଅଭିଭାବକଙ୍କୁ ଜଣାଇବା ପରେ ଗତକାଲି ଗ୍ରାମରେ ବୈଠକ ଡାକିଥିଲେ। ମାତ୍ର ଆତ୍ମଘୋଷିତ ବାବା ଜଣକ ବୈଠକ କୁ ଆସି ନଥିଲେ। । ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ଓ କମିଟି ସଦସ୍ୟ ବିଦ୍ୟାଳୟର ଗେଟ ରେ ତାଲା ପକାଇ ଦେଇଥିଲେ ଓ ଛାତ୍ରଛାତ୍ରୀଙ୍କୁ ଧରି ଧାରଣା ରେ ବସି ରହିଥିଲେ। ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ମିହିର କୁମାର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଗତ ଶୁକ୍ରବାର ସ୍କୁଲ ପ୍ରାର୍ଥନା କ୍ଲାସ ପୂର୍ବରୁ ଏପରି ଘଟଣା ଘଟିଛି। ଏ ସମ୍ପର୍କରେ ସ୍କୁଲ କମିଟି ଡାକି ଅବଗତ କରାଇଛନ୍ତି ବୋଲି କହିଛନ୍ତି। ଖବର ପାଇ ସହ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିବା ଜଣା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ