ଚାଷୀ ମୁଣ୍ଡରେ ହାତ
କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ ଜମି ଗୁଡିକ ଆଁ ହୋଇ ପଡି ଯାଇଥିଲା ଯଦ୍ୱାରା ଚାଷୀ ମୁଣ୍ଡରେ ହାତ ଦେଇ ବସି ଥିଲା ! ପ୍ରକାଶ ଥାଉକି ଚଷୀ ମାନେ ଋଣ ବାଡ଼ି କରି ଜମି ରେ ପାଣି ଦେଇ ଫସଲ କୁ ବଞ୍ଚାଇ ଥିଲେ ! ସରସ ଓ ସୁନ୍ଦର ଫସଲ କୁ ଘରକୁ ଆଣିବା ପାଇଁ ଚାଷୀ ମାନଙ୍କ ମନରେ ଆନନ୍ଦିତ ଥିଲା ପରନ୍ତୁ ବର୍ତମାନ” ମିଗଜୋମ ” ଜନିତ ଲଗାଣ ବର୍ଷା ଯୋଗୁଁ କେତେକ ଜମି ରେ ପାଣି ଭର୍ତି ହୋଇଯାଇଛି ଯଦ୍ୱାରା ଚାଷୀ ର ଅଣ୍ଟା ଭାଙ୍ଗି ଯାଇଥିବା କହିଛନ୍ତି ଚାଷୀ କୁଲ ! କୁକୁଡାଖଣ୍ଡି ଅଂଚଳ ସମେତ ସତପହଣ୍ଡିଆ, ବେଦାଳିଆ, ଅଙ୍କୁଶପୁର, ବାଲିପଡ଼ା, ଟିକରପଡା ଇତ୍ୟାଦି ବ୍ଲକ ର ବହୁ ପଂଚାୟତ ର ଚାଷ ଜମି ପାଣି ଘେରରେ,! ଚଳିତ ବର୍ଷ ହେକ୍ଟର ହେକ୍ଟର ଜମି ରେ ଧାନ କାଟି ପଡ଼ିରହି ଥିବା ଦେଖିବାକୁ ମିଳିଛି ! ସରକାର ତୁରନ୍ତ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଭାଇ ମାନଙ୍କୁ ଚିନ୍ହଟ କରି କ୍ଷତି ପୂରଣ ଦେବା ପାଇଁ ବିଭିନ୍ନ ମହାଳରୁ ଦାବି ହେଉଚି !


