ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ କାର୍ଯ୍ୟାଳୟରେ ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇବା ସହ ଆଗାମୀ ବାର୍ଷିକ ଉତ୍ସବ ଓ ସଂଗଠନର ମୁଖପତ୍ର ‘ସାୟଂପ୍ରଭା’ ଉନ୍ମୋଚନ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଉପଦେଷ୍ଟା ତଥା ସଂଗଠନର ପ୍ରମୁଖ ପ୍ରାଣ ପ୍ରତିଷ୍ଠାତା ମନ୍ମଥ କୁମାର ରାୟ ସଂଗଠନର ଶୃଙ୍ଖଳିତ କାର୍ଯ୍ୟଧାରା ଉପରେ ଆଲୋଚନା କରି ଆଗାମୀ ବାର୍ଷିକ ଉତ୍ସବକୁ ସଫଳ କରିବାରେ ସମସ୍ତ ସଭ୍ୟ ଓ କର୍ମକର୍ତ୍ତାମାନଙ୍କୁ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ । ବୈଠକରେ ସମସ୍ତ ସଭ୍ୟ, କର୍ମକର୍ତ୍ତା, ଉପଦେଷ୍ଟା ଓ ପ୍ରତ୍ୟେକ ବ୍ଲକର ସଂଯୋଜକମାନେ ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ । ଆସନ୍ତା ଜାନୁୟାରୀମାସ ୭ ତାରିଖ ରବିବାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯିବା ସହ କେତେକ କାର୍ଯ୍ୟକ୍ରମ ନିମନ୍ତେ ଦାୟିତ୍ୱ ବଣ୍ଟନ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା କାମପାଳ ଜେନା, ହେମନ୍ତ ଜେନା, ଗୋପୀନାଥ ଦାଶ, ସୋମନାଥ ପଢିହାରୀ, ନିରଞ୍ଜନ ନାୟକ, ନିରଞ୍ଜନ ସାମଲ, ନରହରି ପାତ୍ର, ନରୋତ୍ତମ ବେହେରା, ଆବାହକ ନରେନ୍ଦ୍ର ନାୟକ, ସଂଗଠନ ସମ୍ପାଦକ ଈଶ୍ୱର ମନ୍ତ୍ରୀ, ସନାତନ ତରାଇ, ବାଉରୀବନ୍ଧୁ ମୁଦୁଲି, କୁଞ୍ଜ ବିହାରୀ ସାହୁ, ବିଜୟ ନାଥ, ଦୋଳଗୋବିନ୍ଦ ସାହୁ, ଚୌଧୁରୀ କୈଳାସ ପଟ୍ଟନାୟକ, ମାଗୁଣି ଚରଣ ବିଶ୍ୱାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବାର୍ଷିକ ଉତ୍ସବ ପୂର୍ବରୁ ସଭ୍ୟମାନଙ୍କୁ ନିଜ ନିଜର ଆର୍ଥିକ ସହାୟତା ସମ୍ପାଦକଙ୍କୁ ପ୍ରଦାନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ପତ୍ରିକା ତଥା ମିଡିଆ ସଂଯୋଜକ କାଶୀନାଥ ରାଉତରାୟ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ