ବୁଗୁଡ଼ାରେ ଉଚ୍ଚ ମାଧ୍ୟମିକ ଆନ୍ତଃ ବିଦ୍ୟାଳୟ ବାଳିକା କବାଡ଼ି ଟୁର୍ଣ୍ଣାମେଣ୍ଟ

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଦକ୍ଷିଣାଞ୍ଚଳ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଳିକା କବାଡି ଟୁର୍ଣ୍ଣାମେଣ୍ଟ ବୁଗୁଡା ପିପୁଲସ କଲେଜ ଖେଳ ପଡିଆରେ ଆରମ୍ଭ ହୋଇଛି। ଡିସେମ୍ବର ୧୧ ଓ ୧୨ ତାରିଖ ଦୁଇ ଦିନ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ୨୫ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୦୦ ରୁ ଅଧିକ ବାଳିକା ଅଂଶ ଗ୍ରହଣ କରିଛନ୍ତି। ବାଳିକା ମାନଙ୍କର ଏପରି ସକ୍ରିୟ ଅଂଶଗ୍ରହଣ ରାଜ୍ୟର କ୍ରୀଡା ପ୍ରତିଭାମାନଙ୍କ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରୁଛି। ବାଳିକା କବାଡ଼ି ଟୁର୍ଣ୍ଣାମେଣ୍ଟକୁ କଲେଜର ପ୍ରିନ୍ସିପାଲ ହରିକୃଷ୍ଣ ନାୟକ କ୍ରୀଡା ପତାକା ଉତ୍ତୋଳନ କରି ଉଦଘାଟନ କରିଥିବା ବେଳେ ନୋଡାଲ ଅଫିସର ଅଧ୍ୟାପକ ଆତ୍ମପ୍ରକାଶ ନାୟକ ଓ କ୍ରୀଡା ବିଭାଗ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ। କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ଦୋରା ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ