ଜଗନ୍ନାଥପ୍ରସାଦ ଓ ବି.ଡ଼ି ପୁର କଲେଜ ରେ ନୂତନ କୋଠାର ଉଦଘାଟନ ଏବଂ ଭିତ୍ତି ପ୍ରସ୍ଥର ସ୍ଥାପନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଓଡ଼ିଶାରେ ବିଭିନ୍ନ କ୍ଷେତ୍ର ସହ ଉଚ୍ଚ ଶିକ୍ଷାର ବହୁ ମାତ୍ରାରେ ଉନ୍ନତି ସାଧିତ ହୋଇଛି। ଭିତ୍ତିଭୂମୀ ସାଙ୍ଗକୁ ଶିକ୍ଷାଦାନ ପ୍ରଣାଳୀରେ ବହୁ ମାତ୍ରାରେ ପରିବର୍ତ୍ତନ ହୋଇଛି। ପୂର୍ବର ଉଚ୍ଚ ଶିକ୍ଷା ପାଇଁ ଆମ ରାଜ୍ୟ ଛାତ୍ରଛାତ୍ରୀ ମାନେ ରାଜ୍ୟ ବାହାରକୁ ଯାଉଥିବା ବେଳେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ପିଲାମାନେ ଇଞ୍ଜିନିୟର ଠାରୁ ଆରମ୍ଭ କରି ଡାକ୍ତରୀ ଆଦି ପାଠ ପଢିବା ପାଇଁ ଓଡ଼ିଶା ଆସୁଛନ୍ତି ବୋଲି ଆଜି ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଳକ୍ ଠାରେ ବିଭିନ୍ନ କଲେଜର କୋଠା ଉଦ୍ଘାଟନ ଉତ୍ସବ ଓ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଉଚ୍ଚ ଶିକ୍ଷା ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରକାଶ କରିଛନ୍ତି। ଅର୍ଥମନ୍ତ୍ରୀ ଶ୍ରୀ ଆରୁଖଙ୍କ ପୌରହିତ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ ଅତିଥି ଭାବେ ଯୋଗ ଦେଇ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ୩ କୋଟି ୨୯ ଲକ୍ଷ ଟଙ୍କାରେ ହୋଇଥିବା ନୁତନ ଶ୍ରେଣୀଗୃହ,ସାଢେ ୨ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବୀର ଚକରା ଶ୍ରେଣୀଗୃହ ଓ ଜଗନ୍ନାଥପ୍ରସାଦ ଡିଗ୍ରୀ କଲେଜର ବିଜୁ ପଟ୍ଟନାୟକ ଏକାଡେମୀ ବ୍ଳକର ଶିଳାନ୍ୟାସ ମଧ୍ୟ ଆଜି ହୋଇଛି। ଏଥିସହ ବିଡିପୁର କଲେଜ ଠାରେ ମଧ୍ୟ ନୂତନ ଶ୍ରେଣୀଗହର ଶୁଭାରମ୍ଭ କରିଥିଲେ।କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜଣେ ଉଚ୍ଚକୋଟିର କବି ଥିଲେ। ତାଙ୍କ ପାଇଁ ଆମେ ସମଗ୍ର ଦେଶରେ ପରିଚିତ ଥିଲେ।ଏଥିରେ ଅତିଥି ଭାବେ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ,ନଗରପାଳ ଗୋପବନ୍ଧୁ ମହାପାତ୍ର,କେଏସ୍ୟୁବି କଲେଜ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ଜଗନ୍ନାଥପ୍ରସାଦ କଲେଜ ସଭାପତି ବେଣୁଧର ସାବତ,ବ୍ଲକ ସାଂସଦ ପ୍ରତିନିଧି ଦିବାକର ନାୟକ,ବିପ୍ରଚରଣ ବାରିକ,ପଞ୍ଚାନନ ପାଳ,ଜଗନ୍ନାଥପ୍ରସାଦ ଡିଗ୍ରୀକଲେଜ ଅଧ୍ୟକ୍ଷ ସନାତନ ସାହୁ, ଯୁକ୍ତଦୁଇ କଲେଜ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ,ବ୍ଳକ ଅଧ୍ୟକ୍ଷା ଜୟଶ୍ରୀ ସାହୁ,ଉପାଧ୍ୟକ୍ଷ ରଞ୍ଜିତ ପାତ୍ର,ଭଞ୍ଜନଗର ବିଡ଼ିଓ ଶଶୀ ଭୂଷଣ ମହାପାତ୍ର,ଜଗନ୍ନାଥପ୍ରସାଦ ବିଡ଼ିଓ ଅଶ୍ବିନୀ କୁମାର ମହାପାତ୍ର,ଭଞ୍ଜନଗର କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ସମେତ ସମସ୍ତ କର୍ମଚାରୀ,ନେତୃବୃନ୍ଦ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ଅବସରପ୍ରାପ୍ତ କିଛି କଲେଜ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ