ବିଏନ ପ୍ୟାଲେସରେ ଗଜପତି ପ୍ରେସ କ୍ଳବର ବନ୍ଧୁ ମିଳନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସହରର ବିଏନ୍ ପେଲେସ ପରିସରରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ତଥା ବ୍ଲକସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ 50 ରୁ ଉର୍ଦ୍ଧ ସାମ୍ବାଦିକମାନେ ଏକତ୍ରିତ ହୋଇଥିଲେ । ଆଗାମୀ ଦିନରେ ସଂଘକୁ ଅଧିକ ସଦୃଢ କରିବା ସହ ସାମୁହିକ ଭାବରେ ଏକତ୍ରିତ ହୋଇ ସଂଘ ଓ ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରିବା ଉପରେ ଆଲୋଚନା ହୋଇଥିଲା । ଏହା ସହ ଶୃଙ୍ଖଳା ରକ୍ଷା କରି ଖବର ପରିବେଶଣ କରିବା, ସାମ୍ବାଦିକଙ୍କ ସୁରକ୍ଷା, ସଂଘର ସ୍ଥାୟୀ କୋଠା ଗୃହ ସ୍ଥାପନ ଆଦି ବିଭିନ୍ନ ସମ୍ପର୍କିତ ଆଲୋଚନା ହୋଇଥିଲା । ଏଥିରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଦ୍ଵଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ରଶ୍ମି ରଞ୍ଜନ ମିଶ୍ର, କୃଷ୍ଣ କୁମାର ବେହେରା, ସନ୍ତୋଷ ପଟ୍ଟନାୟକ, ଦିଲ୍ଲୀପ ଶତପଥୀ, ବିଜୟ କୁମାର ଗୌଡ଼ ପ୍ରମୁଖଙ୍କ ସହ ବହୁ ସଂଖ୍ୟକ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜର ମତାମତ ଦେବା ସହ ଆଲୋଚନା କରିଥିଲେ ।


