ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଯୋଡି ହେଉଛନ୍ତି ନୂଆ ହିତାଧିକାରୀ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ରଥ ସଦର ବ୍ଲକ ଅନ୍ତର୍ଗତ ସାର୍ଥା ଓ ଆଳୁମେଦା ପଞ୍ଚାୟତରେ ପହଞ୍ଚିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଡି ହେଇଥିବା ହିତାଧିକାରୀଙ୍କ ସହ ସମ୍ବାଦ କରିଥିଲେ । ଗ୍ରାମାଞ୍ଚଳରେ ସଂକଳ୍ପ ଯାତ୍ରାକୁ ବିପୁଳ ଜନସମର୍ଥନ ମିଳୁଛି । ଜନସାଧାରଣ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ ଯୋଗାଯୋଗର ମାଧ୍ୟମ ପାଲଟିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ଏହି ରଥ ଆଜି ମୋଦି ଗ୍ୟାରେଣ୍ଟି ଗାଡି ଭାବରେ ଜନପ୍ରିୟ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇ ସାର୍ଥା ଓ ଆଳୁମେଦା ପଞ୍ଚାୟତର ଜନସାଧାରଣ ବହୁସଂଖ୍ୟାରେ ଯାତ୍ରାରେ ସାମିଲ ହୋଇଥିଲେ । ଏହି ଯାତ୍ରାର ଅଂଶବିଶେଷ ଭାବେ ସଚେତନତାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଶଣ କରାଯାଇଥିଲା । ସରକାରୀ ଯୋଜନା ଗୁଡିକର ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ଏବଂ ସମଗ୍ର ଦେଶରେ ନାଗରିକଙ୍କ ପାଖରେ ଏହାର ପହଞ୍ଚାଇବା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ବୋଲି ମୁଖ୍ୟ ବକ୍ତାଗଣ ପରିପ୍ରକାଶ କରିଛନ୍ତି । ପ୍ରତିଦିନ ଏହି ରଥ ସଦର ବ୍ଲକର ବିଭିନ୍ନ ପଞ୍ଚାୟତକୁ ଯାଇ ବିଗତ ୧୦ ବର୍ଷରେ ମୋଦୀ ସରକାରଙ୍କ ଦ୍ୱାରା କରାଯାଇଥିବା ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ଗରିବ, ମହିଳା, ଯୁବ ଏବଂ କୃଷକଙ୍କର ସାମାଜିକ ଓ ଆର୍ଥୀକ ବିକାଶ ସମ୍ବନ୍ଧରେ ଦର୍ଶାଉଛି । ତତ୍ ସହିତ ଯେଉଁମାନେ କେନ୍ଦ୍ର ସରକାରଙ୍କ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଏହି ଗାଡି ମୋଦୀ ସରକାରଙ୍କ ଯୋଜନା ସହ ଯୋଡି ହେବାର ସୁଯୋଗ ଦେବ । କେନ୍ଦ୍ର ସରକାରଙ୍କ ତରଫରୁ ପଞ୍ଚାୟତର ବହୁ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଥିସହ ବିଦ୍ୟାଳୟର ପିଲାମାନଙ୍କୁ ମଧ୍ୟ ପୁରସ୍କାର ବିରତଣ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଦର ନେତା ମାନସ କୁମାର ଦତ୍ତ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା ଓ ଶୁଭଙ୍କର ମହାପାତ୍ର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ମଣ୍ଡଳ ସଭାପତି ବିଜୟ ଦାସ, ଗୌରାଙ୍ଗ ଦାସ, ରାଜେନ୍ଦ୍ର ଚାଟାର୍ଜୀ, ମମତା ମହାପାତ୍ର, ସଂଯୁକ୍ତା ମହାପାତ୍ର, ଶୁଭେଶ ନାୟକ, ସାର୍ଥା ସରପଞ୍ଚ ଧନଞ୍ଜୟ ପାତ୍ର, ସମତିସଭ୍ୟ ମନୋରଞ୍ଜନ ଦଳେଇ, ନାଏବ ସରପଞ୍ଚ ଗୀତାଞ୍ଜଳୀ ବାରିକ, ଆଳୁମେଦା ସରପଞ୍ଚ ମମତା ଜେନା, ଅରବିନ୍ଦ ଜେନା, କାହ୍ନୁଚରଣ ପ୍ରଧାନ, ସଞ୍ଜୟ ମଣ୍ଡଳ, ଭୂଦେବ ସାହୁ, ବିଷ୍ଣୁ ଧିଣ୍ଡା, ଦିଲ୍ଲୀପ ଜେନା, ନିଶ୍ଚିନ୍ତ ବେହେରା, ଝାଡେଶ୍ୱର ସେଠୀ, ସୁକୁମାର ମଣ୍ଡଳ, ଆଶୁତୋଷ ମଣ୍ଡଳ, ରଞ୍ଜିତ ମଣ୍ଡଳ, ହରିହର ବାରିକ, ବ୍ରଜମୋହନ ସାହୁ, ସତ୍ୟରଞ୍ଜନ ବାରିକ, ମଞ୍ଜୁଶ୍ରୀ ଗାୟନ, ରଞ୍ଜିତା ପଟ୍ଟାୟତ, ଜୟନ୍ତୀ ମୁର୍ମୁ, କମଳାକାନ୍ତ ଜେନା, ଗୌରହରି ଜେନା, ଭଗୀରଥ ପରିଡା, ପ୍ରଦୀପ ପରିଡା, ତରୁଣ ଦୁଆରୀ, ସୁଶାନ୍ତ ଖମାରୀଙ୍କ ସହ ପ୍ରମୁଖ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ